Breaking News

ଯୁଗ ଯୁଗରୁ ସତ୍ୟବାନ ପାଇଁ ସାବିତ୍ରୀ ଓଷା ପାଳିତ ହେଉଛି

 From time immemorial, Savitri Osha has been celebrated for her faithfulness


ଓଡ଼ଗାଁ:- ଆଜି ପବିତ୍ର ସାବିତ୍ରୀ ଅମାବାସ୍ଯା। ସ୍ୱାମୀ ର ଦୀର୍ଘ ଆୟୁଷ କାମନା କରି ସ୍ତ୍ରୀ ମାନେ ସେମାନଙ୍କର ଶୁଭ ମନାସିଥାନ୍ତି। ପୌରାଣିକ ଲୋକକଥା ଅନୁଯାୟୀ ଆଜିର ଦିନରେ ସାବିତ୍ରୀ ନିଜର ବିଶ୍ୱାସ, ସତ ଭାବନା ଓ ଅଗାଢ ଭକ୍ତି ଦ୍ୱାରା ସ୍ୱାମୀ ସତ୍ୟବାନ ର ଜୀବନକୁ ସ୍ୱୟଂ ଯମରାଜ ଙ୍କ ନିକଟରୁ ଫେରାଇ ଆଣିଥିଲେ ।ତେଣୁ ସାବିତ୍ରୀ ଲୋକକଥାକୁ  ବଜାୟ ରଖିବା ପାଇଁ ଆଜିର ଦିନଟି ସାବିତ୍ରୀ ଅମାବାସ୍ଯା ନାମରେ ନାମିତ। ଏବଂ ପ୍ରତ୍ୟୋକ ସ୍ତ୍ରୀ ମାନେ ସ୍ୱାମୀର ଶୁଭ ମନାସି ଯୁଗ ଯୁଗରୁ ସାବିତ୍ରୀ ଓଷା କରିଥାନ୍ତି। 
                ଏହି ଅବସରରେ ଓଡ଼ଗାଁ ବ୍ଳକ୍ ର ସମସ୍ତ ଶକ୍ତିପୀଠ ଆଜି ଚଳଚଞ୍ଚଳ ହୋଇ ଉଠିଛି। ଓଡ଼ଗାଁ ର ପ୍ରସିଦ୍ଧ ଶ୍ରୀରଘୁନାଥଙ୍କ ମନ୍ଦିର, ପନ୍ତିଖାରୀ ନୀଳକଣ୍ଠେଶ୍ଵର ମନ୍ଦିର ଓ ଦେଓଗାଁ ନବନିର୍ମିତ ଦଣ୍ଡେଶ୍ୱର ମହାଦେବ ମନ୍ଦିର ଇତ୍ୟାଦି ଅନେକ ଶକ୍ତିପୀଠ ରେ ସାବିତ୍ରୀ ରୂପି ସ୍ତ୍ରୀ ମାନେ ସତ୍ୟବାନ ରୂପି ସ୍ୱାମୀ ମାନଙ୍କ ଦୀର୍ଘ ଆୟୁଷ କାମନା କରି ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥିଲା। ସକାଳୁ ସମସ୍ତ କାମ ସାରି ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୂର ସହିତ ବିଭିନ୍ନ ଫଳମୁଳ ଓ ଧୁଆମୁଗ , ଫୁଲ,ଦୀପ ନେଇ ଠାକୁରଙ୍କୁ ପୂଜା କରିଥିଲେ ।
ଓଡ଼ଗାଁରୁ ଦିଲ୍ଲୀପ୍ କୁମାର ବିଶୋଇଙ୍କ ରିପୋର୍ଟ,
ତା:- ୩୦/୫/୨୨---୧୨/୪୦     
Sakhigopal News,30/5/2022

Blog Archive

Popular Posts