ଜଟଣୀ ମୁସଲିମ ୟୁଥ ପକ୍ଷରୁ ଇଦ-ମିଲାଦୁନ-ନବୀ କାର୍ଯ୍ୟକ୍ରମ
Eid-ul-Fitr program on behalf of Jatani Muslim Youth.
ଜଟଣୀ--- ଭାଇ ଚାରାରେ ଜଟଣୀ ସହର ମିନି ଇଣ୍ଡିଆର ପ୍ରତିକ ହୋଇଯାଇଛି । ଜାତିଧର୍ମ ବଣ୍ଣଁ ନିର୍ବିଶେଷରେ ସମସ୍ତେ ଭାରତୀୟ ଏହା କେବଳ ଆମେ ଶୁଣୁଥିଲୁ । ମାତ୍ର ବାସ୍ତବରେ ତାହା ଜଟଣୀରେ ଦେଖିବାକୁ ମିଳିଛି । ବିଭିନ୍ନ ରାଜ୍ୟରେ ଜାତିଧର୍ମକୁ ନେଇ ରାଜନିତୀ ହେଉଛି । ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁସରଣ କରୁଥିବା ଏହି ଜଟଣୀ ସହର ମିନି ଇଣ୍ଡିଆର ପରିଚୟ ସୃଷ୍ଟି କରିଛି । ଏଠାରେ ସବୁଧର୍ମର ଲୋକେ ସମସ୍ତ ଧର୍ମକୁ ସମ୍ମାନ ଦେଉଛନ୍ତି । ଇସଲାମ ଧର୍ମର ଇଦ-ମିଲାଦୁନ-ନବୀ କାର୍ଯ୍ୟକ୍ରମରେ ସମସ୍ତ ଧର୍ମର ଲୋକେ ଏକାଠି ହୋଇଛନ୍ତି । ଜଟଣୀ ମୁସଲିମ ୟୁଥ ପକ୍ଷରୁ ସଂଧ୍ୟାରେ ସ୍ଥାନୀୟ କୁଦିଆରୀ ମିସଜିଦ ପ୍ରାଙ୍ଗଣରେ ଆୟୋଜିତ ଇଦ-ମିଲାଦୁନ-ନବୀ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀଭାବେ ରାଜ୍ୟସଭା ସାଂସଦ ମୁନା ଖାଁ , ସମ୍ମାନୀତ ଅତିଥୀଭାବେ ଖୋର୍ଦ୍ଧାଜିଲା ବିଜେଡି ସଭାପତି ତଥା ଜଟଣୀର ପୁର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଯୋଗ ଦେଇ ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଅଖଣ୍ଡ ଓଡିଶା ରାଜ୍ୟରେ ଜଟଣୀଭଳି ଅନେକ ସହର ଓ ଗାଁ ରହିଛି ଯେଉଁଠି ଭାଇଚାରା ବିନା ବିବାହ,ବ୍ରତ କରାଯାଉନାହିଁ । ଧାର୍ମିକ କାର୍ଯ୍ୟକ୍ରମରେ ମଧ୍ୟ ଜଣେ ଅନ୍ୟଜଣଙ୍କ କାର୍ଯ୍ୟକ୍ରମରେ କର୍ତ୍ତା ହୋଇଥିବା ଦେଖିବାକୁ ମିଳିଛି । ଏହା କେବଳ ଓଡିଶା ରାଜ୍ୟରେ ସମ୍ଭବ ହୋଇପାରିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ,ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର, ଜିଲା ବିଜେଡି କୋଷାଧ୍ୟକ୍ଷ ରାଜକିଶୋର ସ୍ୱାଇଁ, ପୈାରପରିଷଦ ଅଧ୍ୟକ୍ଷ ଅନନ୍ତ ବେହେରା, ଉପାଧ୍ୟକ୍ଷା ଆରତୀ ରାଉତ,ଜିଲାପରିଷଦ ସଭ୍ୟ ପ୍ରଫୁଲ ଦଳେଇ, ବିଜେଡି ଜିଲା ପର୍ଯ୍ୟବେକ୍ଷକ ବୁଟୁ ପାତ୍ରଙ୍କ ସହିତ ସମସ୍ତ ବିଜେଡି କର୍ମକର୍ତ୍ତା ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମହମ୍ମଦ ଫୟାଜ ଜାଫର, ସୟଦ ସନୱର, ସେକ ଇମ୍ରାନ, ସେକ ତାହିର ଉଦ୍ଧିନ, ସେକ ମଜିଦ, ଅବଦୁଲ କରିମ ଖାନଙ୍କ ସହିତ ଅନ୍ୟମାନେ ପରିଚାଳନା କରିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ର୍ରିପୋର୍ଟ, ୧୭/୫/୨୦୨୨---୧,୫୫
Sakhigopal News, 17/5/2022