Breaking News

ଗୋପବନ୍ଧୁଙ୍କ ପ୍ରତିମୂିର୍ତ୍ତି ଉନ୍ମୋଚିତ


  Statue of Gopbandhu unveiled

 


ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକଳ ତୁତୀୟାଦେବ ନୋଡାଲ ବିଦ୍ୟା ନିକେତନ ପରିସରରେ  ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନୀୟ ବିଧାୟକ ଉମାକାନ୍ତ ସମାନ୍ତରାୟ, ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଏହି ପ୍ରତିମୂର୍ତ୍ତିଟିକୁ ଗୋପବନ୍ଧୁ ମିଶନ ପକ୍ଷରୁ  ପ୍ରଦାନ କରାଯାଇଥିବା ବେଳେ  ବିଦ୍ୟାଳୟ ପକ୍ଷରୁ ପିଣ୍ଡି ଓ ଅନ୍ୟନ୍ୟା ଖର୍ଚ୍ଚ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ବିଧାୟକ ଶ୍ରୀ ସମାନ୍ତରାୟ, ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା, ବିଡିଓ ଶ୍ରୀ ବେହେରା,  ଜିଲ୍ଲାପରିଷଦ ସଭ୍ୟ ନାରାୟଣ ରାଉତରାୟ, ଶୁକଳ ସମିତିସଭ୍ୟ ବସନ୍ତ କୁମାର ବଶ୍ୱାଳ, ଆଳିସ ପଞ୍ଚାୟତର ସମିତିସଭ୍ୟ ବିପିନ ପ୍ରଧାନ ଓ ଗୋପବନ୍ଧୁ ମିଶନର ସଦସ୍ୟ ଚିତ୍ତରଞ୍ଜନ ମିଶ୍ର, ସତ୍ୟବାଦୀ ଦାସ ପ୍ରମୁଖ ଯୋଗଦେଇ ପଞ୍ଚସଖାଙ୍କ ସ୍ମୃତି ଗାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଣବ ପ୍ରକାଶ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ଶିକ୍ଷକ କ୍ଷୀରୋଦ କୁମାର ନାୟକ ସଭାମଞ୍ଚ ସଂଯୋଜନା କରିଥିଲେ । ଭାଷ୍କର ନାୟକ ଓ ପୂର୍ବତନ ସମିତିସଭ୍ୟ ଜଳନ୍ଦର ସେଠୀ  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୨୮/୫/୨୦୨୨---୫,୧୫    Sakhigopal News, 28/5/2022

Blog Archive

Popular Posts