Breaking News

ପ୍ରସିଦ୍ଧ ସର୍ବଧର୍ମୀୟ ପୀର ବାବାଙ୍କ ୩୭ତମ ଉର୍ସ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ

Preparation meeting on behalf of the 37th Urs Committee of the famous all-religious Peer Baba.


ଜଟଣୀ--- ଜଟଣୀ ନିକଟସ୍ଥ ହରିପୁର ଅଞ୍ଚଳର ପ୍ରସିଦ୍ଧ ସର୍ବଧର୍ମୀୟ ପୀର ବାବା ହଜରତ ଗୁଦଡିସା ଆଲା ରେହେମତୁଲାହୀ ବରକାତୁହୁଙ୍କ ଆସନ୍ତା ଜୁନ ୧୦ ତାରିଖରେ ହେବ ୩୭ତମ ବାଷିକୋତ୍ସବ । ତେବେ ଏନେଇ ସ୍ଥାନୀୟ ହରିପୁର ମଝାର କ୍ୟାମ୍ପସ ପରିସର ବୈଠକ ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂତନ ଉର୍ସ କମିଟିର କର୍ମକର୍ତା ଚୟନ କରାଯାଇଛି । କମିଟିର ସଭାପତିଭାବେ ସେକ ଦିଲଦାର, ଉପସଭାପତିଭାବେ ମୈାଲାନା ଫିରୋଜ, ସାଧାରଣ ସମ୍ପାଦକଭାବେ ସେକ ତାହିର ଉଦ୍ଦିନ, ସହସମ୍ପାଦକଭାବେ ମହମ୍ମଦ କରୀମ, କୋଷାଧ୍ୟକ୍ଷଭାବେ ସେକ ନିଆଜୁଦ୍ଦିନ ପ୍ରମୁଖ ନୂତନ କର୍ମକର୍ତାଙ୍କ ସହିତ ୧୬ଜଣ କର୍ମକର୍ତା ଚୟନ କରାଯାଇଛି । ଏହି ଅବସରରେ ଚଳିତବର୍ଷ ୧୯ଜଣିଆ ଉପଦେଷ୍ଟା କମିଟି ଗଠନ କରାଯାଇଛି । ବାବାଙ୍କ ପ୍ରସିଦ୍ଧ ଉର୍ସ ଅବସରରେ ମାତ୍ରାଧ୍ଖଳ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଉପଦେଷ୍ଟା କମିଟି ଗଠନ କରାଯାଇଛି । ମହାମାରୀ କରୋନା ଯୋଗୁଁ ଗତ ୨ବର୍ଷ ବାବାଙ୍କ ଉର୍ସ କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ କିପରି ମହାଆଡମ୍ବରରେ ଏହି ଉର୍ସ କାର୍ଯ୍ୟକ୍ରମ ଆୟୋଜନ ହେବ ସେ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା । ହଜରତ ଗୁଦଡିସା ବାବାଙ୍କ କାଦିମଦାର(ପୂଜକ) ସେକ ନିଆଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ଉର୍ସ କମିଟିର ଉପଦେଷ୍ଟା, ସମସ୍ତ କର୍ମକର୍ତା ଓ ଆଖପାଖ ଅଂଚଳର ଶ୍ରଦ୍ଧାଳୁ ଓ ଭକ୍ତମାନେ ଉପସ୍ଥିତ ରହିଥିଲେ । ବାବାଙ୍କ ଚାଦରପୋସୀରୁ ଆରମ୍ଭ ହୋଇ ଦୂଆ ପର୍ଯ୍ୟନ୍ତ ଭୋର ୩ଟାଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି  । ଚଳିତବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ବୟାନ କାର୍ଯ୍ୟକ୍ରମ(ପ୍ରବଚନ) ପାଇଁ ମୈାଲାନାମାନେ ଯୋଗଦେବେ । ତେଲେଙ୍ଗାନା ଏବଂ ଅନ୍ୟାନ୍ୟ ରାଜ୍ୟରୁ କୱାଲୀ କଳାକାରମାନେ ଯୋଗଦେବାର ବ୍ୟବସ୍ଥା କରାଯାଇଛି । ବାବାଙ୍କ ନିକଟରେ ଶହଶହ ୁ ଲୋକମାନେ ସେମାନଙ୍କର ସମସ୍ୟା ନେଇ ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ବିହାର, ଉତରପ୍ରଦେଶ ଏହିପରି ବିଭିନ୍ନ ରାଜ୍ୟର ମାନସିକଧାରୀମାନେ ଆସିିବେ ବୋଲି ଉର୍ସ କମିଟି ସହିତ ଯୋଗାଯୋଗ କରିଥିବାର ଜଣାପଡିଛି  । ଆଜିର ଏହି ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମକୁ  ସେକ ଆଜାରଉଦ୍ଦିନ(ବବ୍ଲୁ),ମହମ୍ମଦ ଇମତିଆଜ,ମହମ୍ମଦ ବସିର, ଅମୀର ବେଗ୍‌ଙ୍କ ସହିତ ଅନ୍ୟମାନେ ପରିଚାଳନା କରିଥିଲେ ।  

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୨୦/୫/୨୦୨୨---୪,୨୦  

 Sakhigopal News, 20/5/2022


Blog Archive

Popular Posts