ବ୍ରହ୍ମଚାରୀ ଦ୍ବୟ ଙ୍କୁ ପରିବେଶ ସୁରକ୍ଷାରେ ବ୍ରତୀ ହେବାପାଇଁ ପରାମର୍ଶ ଦେଲେ ହୃଷୀକେଷ
ଡେଲାଙ୍ଗ :ପୁରୀଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ଚାରିବାଟିଆ ସାହିରେ ଗତକାଲି ଅଖିଳେଶ ପ୍ରକାଶ ଓ ଦେବୀପ୍ରସାଦ ଙ୍କ ଶୁଭ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି । ସବୁଜ ଡେଲାଙ୍ଗ ଟ୍ରଷ୍ଟ ର ଆବାହକ, ସୁସାହିତ୍ୟିକ, ପରିବେଶବିତ୍ତ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ ପହଞ୍ଚି ପରିବେଶ ସୁରକ୍ଷାର ବାର୍ତ୍ତା ଦେବାସହ ବ୍ରହ୍ମଚାରୀଦ୍ବୟଙ୍କୁ ପରିବେଶ ସୁରକ୍ଷା ରେ ବ୍ରତୀ ହେବାପାଇଁ ପରାମର୍ଶ ଦେଇଥିଲେ |ଏହି ଅବସରରେ ଶ୍ରୀ ପାଢ଼ୀ କହିଲେ ଯେ " ସଂପ୍ରତି ବିଶ୍ୱ ଏକ ଘଡ଼ିସନ୍ଧି ମୁହୂର୍ତ ଦେଇ ଗତିକରୁଛି |ପରିବେଶ ସୁରକ୍ଷା ପ୍ରତି କାହାର ନିଘା ନାହିଁ |ଅବାଧ ଗଛକଟା ଚାଲିଛି |ନିର୍ମାଣ ଆଳରେ ଜଙ୍ଗଲ ଧ୍ବଂସ ହେଉଛି ଯାହାକି ପରିବେଶ ସୁରକ୍ଷା ରେ ଘୋର ଅନ୍ତରାୟ ସୃଷ୍ଟି କରୁଛି |ଶୁଦ୍ଧବାୟୁ ମିଳୁନାହିଁ |ବନ୍ୟପ୍ରାଣୀମାନେ ସ୍ୱରକ୍ଷିତ ରହିପାରୁନାହାନ୍ତି |ବିଶ୍ୱ ତାପୟନ ବଢ଼ିବଢ଼ି ଯାଉଛି |ତେଣୁ ପ୍ରତ୍ୟେକଲୋକ ଗୋଟିଏ ଗୋଟିଏ ଗଛ ଲଗାଇ ପରିବେଶ ସୁରକ୍ଷା ରେ ନିଜକୁ ନିୟୋଜିତ କରିବାପାଇଁ ନିବେଦନ କରିଥିଲେ | ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୨୧/୫/୨୦୨୨----୧୦,୧୦
Sakhigopal News,21/5/2022