Breaking News

ବିଜୁଳି ଆନ୍ଦୋଳନ ପାଇଁ ଆପର ବୈଠକ

AAP meeting for electricity movement.
ବଲାଙ୍ଗୀର:ସାଇଁତଳା---- ଆମ ଆଦମୀ ପାର୍ଟି ବଲାଙ୍ଗୀର ଜିଲ୍ଲା ଆବାହକ, ଆପ ଓଡିଶା ମୁଖପାତ୍ର, ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ରୀ ଆଶିଷ ପାଣ୍ଡେ ଙ୍କ ନେତୃତ୍ୱରେ ବଲାଙ୍ଗିର ସଇଁତଳା ବ୍ଲକ ର ସଇଁତଳା ଠାରେ  କର୍ଯ୍ୟକର୍ତା ବୈଠକ ସହିତ ବିଜୁଳି ଆନ୍ଦୋଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ରେ ବଲାଙ୍ଗିର ଆପ୍ ର ସଦସ୍ୟ ସଦାଶିବ ମେହେର, ଜୟ ପ୍ରକାଶ ମିଶ୍ର, ଶ୍ୟାମଘନ ନନ୍ଦ ସଇଁତଳା ବ୍ଲକ୍ ସଭାପତି ସୁରେଶ ମହାନନ୍ଦ. ଜୁଗଳ ସାହୁ, ଶିବପ୍ରସାଦ ସାହୁ, ରମେଶ ସୁନା, ଚନ୍ଦନ ପ୍ରାସାଦ କୁମ୍ଭାର, ପ୍ରମୋଦ ତାଣ୍ଡି ,ଶରତ ସାହୁ ଏବଂ ଆହୁରି କିଛି ପଞ୍ଚାୟତର  ସଭାପତି ଏବଂ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଏହି ବୈଠକ ରେ ଆଗାମୀ ଦିନରେ ସଇଁତଳା ଏରିଆ ରେ ପାର୍ଟି କୁ କିପରି ମଜୁବୁତ କରାଯିବ ଏବଂ ବିଜୁଳି ଆନ୍ଦୋଳନ କୁ କିପରି ଘରେ ଘରେ ପହଞ୍ଚାଯାଇ ପାରିବ ସେ ବିଷୟ ରେ ଆଲୋଚନା କରାଯାଇ ଥିଲା । ଶ୍ରୀ ପାଣ୍ଡେ ଆମ ଆଦମୀ ପାର୍ଟିର ବିଜୁଳି,ପାଣି, ଶିକ୍ଷା, ସ୍ୱାସ୍ଥ୍ୟ , ଏବଂ ରୋଜଗାରର ରାଜନୀତି ବିଷୟରେ ଏବଂ ଆପ୍ ର ଜନକଲ୍ୟାଣ କାମ ବିସୟରେ କର୍ମୀ ମାନଙ୍କୁ ବୁଝାଇଥିଲେ ।  ଲୋକଙ୍କ ପାଖ କୁ ଘର୍ ଘର ଜାଇ ପହଞ୍ଚାଇବାକୁ ପଡ଼ିବ ବୋଲି ଶ୍ରୀ ପାଣ୍ଡେ କହିଥିଲେ । ଓଡ଼ିଶା ରେ ଏତେ ପରିମାଣ ରେ ବିଜୁଳି ଉତ୍ପାଦନ ହେଉଛି କିନ୍ତୁ ଏଠି ବିଜୁଳି ରେଟ ଆକାଶ ଛୁଆଁ । ଲୋକ ବିଲ୍ ବୁଝାଇ ପାରୁ ନାହାନ୍ତି କିନ୍ତୁ ଦିଲ୍ଲୀ ଅଲଗା ପ୍ରଦେଶ ରୁ ବିଜୁଳି କିଣୁଛି । ସେଠି ଲୋକଙ୍କୁ ଶସ୍ତା ବିଜୁଳି ମାଗଣା ବିଜୁଳି ଦେଇଛି । ଓଡ଼ିଶା ରେ ଏତେ ପରିମାଣ ରେ ବିଜୁଳି ଉତ୍ପାଦନ ହେଉଛି କିନ୍ତୁ ଏଠି କାହିଁ ଲୋକଙ୍କୁ ବିଜୁଳି ମାଗଣା ଦିଆଯାଉନାହିଁ ।  ବିଜେଡି ବିଜେପି କଂଗ୍ରେସ କୁ ହଟାଇବା କୁ ପଡ଼ିବ । ହଟାଇବାକୁ ଗଲେ ଆମକୁ ଏକଜୁଟ ହେବାକୁ ପଡିବ ।  ଲୋକଙ୍କ ଆଗରେ ଏମାନଙ୍କ ଦୁର୍ନୀତି ଭ୍ରଷ୍ଟାଚାର ର ପୋଲ ଖୋଲିବାକୁ ପଡିବ ବୋଲି ବୈଠକ ରେ ଶ୍ରୀ ପାଣ୍ଡେ ନୂତନ ପଞ୍ଚାୟତ ସଭାପତି ମାନଙ୍କୁ କହିଥିଲେ। କାର୍ଯ୍ୟକର୍ତ୍ତା ଏବଂ ସଭାପତି ମାନେ ନିଶ୍ଚିତ ଭାବରେ ଏକଜୁଟ ହୋଇକାମ କରିବୁ ଏବଂ ଏମାନଙ୍କ ଦୁର୍ନୀତି ର ପୋଲ ଖୋଲିବା ବୋଲି ସପଥ ନେଇଥିଲେ । 
 ବଲାଙ୍ଗୀର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ ,୧୯/୫/୨୦୨୨----୯,୪୦    Sakhigopal News,19/5/2022

Blog Archive

Popular Posts