Breaking News

ଯାତ୍ରୀବାହି ଅଟୋ ଓଲଟି ଜଣେ ମୃତ୍ୟୁ , ଜଣେ ଗୁରୁତର



 ଭଞ୍ଜନଗର- -ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଜଣକର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବତୀ ଜଣକ ହେଲେ ପୁଷ୍ପା ନାଇକ (୧୮) ।  ଗୁରୁତର ଆହତ ଜଣକ ହେଲେ ମୃତ ପୁଷ୍ପା ଙ୍କ ବଡ଼ ଭଉଣୀ ଜାେତ୍ସ୍ନା ନାଇକ ।  ଏମାନଙ୍କ ଘର ବିଞ୍ଚିଗିରି ଗ୍ରାମରେ । ଖବର ନେବାରେ ଶୁକ୍ରବାର ସକାଳୁ ସେହି ଗ୍ରାମର ୫ ଜଣ ଯାତ୍ରୀବାହି ଅଟୋକୁ ଭଡା କରି ଖାରିଗୁଡା ଗ୍ରାମକୁ ଭୋଜି ଖାଇବାକୁ ଯାଇଥିଲେ । ପରେ ନିଜ ଗ୍ରାମ ବିଞ୍ଜିଗିରୀ କୁ ଫେରୁଥିବା  ବେଳେ ଅଟୋଟି ଦ୍ରୁତ ଗତିରେ ଥିବାରୁ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ୫ଜଣଯାତ୍ରୀଙ୍କ ମଧ୍ୟରୁ ଜଣେ ମୃତ୍ୟୁ ଘଟିଛି ।  ଜଣେ ଗୁରୁତର ହେଇଥିବା ବେଳେ ୩ ଅଳ୍ପକେ ବତ୍ତିଯାଇଥିଲେ ।  ୨ ଭଉଣୀକୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଠାରେ ସାନ ଭଉଣୀ ପୁଷ୍ପା କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ବଡ ଭଉଣୀ  ଜୋତ୍ସାର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧୀକ ଚିକିତ୍ସା ପାଇଁ ବ୍ରହୁପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଛି । ଭଞ୍ଜନଗର ପୁଲିସ  ଖବର ପାଇଁ ଡାକ୍ତରଖାନାରେ ପହଞ୍ଜି ପୁଷ୍ପାର ମୃତ୍ୟୁ ଦେହକୁ ଜବତ କରି ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଛି । ଶନିବାର ପୁଷ୍ପାର ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଭଞ୍ଜନଗର ଥାନା ଅଧିକାରୀ ଧୀରେଶ କୁମାର ଦାଶ କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୫/୨୦୨୨----୯,୪୦ 
 Sakhigopal News,27/5/2022

Blog Archive

Popular Posts