Breaking News

ଦିର୍ଘଦିନ ହେବ ଏଟିଏମ ବନ୍ଦ ; ହିତାଧିକାରୀ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତ. ଅଧିକାରୀଙ୍କର ନିଘାନାହିଁ

ATMs will be closed for a long time; Stakeholders are having a hard time not having one. The authorities are not concerned.


ଡେଲାଙ୍ଗ- ---କେନ୍ଦ୍ର ଓ ରାଜ୍ୟ ସରକାର କୃଷକ ମାନଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ମାତ୍ର ତାହା କେତେଦୁର ଯୋଜନା ଗୁଡିକ କାର୍ଯ୍ୟକାରୀ କରୁଛି ତାହା ଜାଣିବା ପାଇଁ କାହାରି ପାଖରେ ସମୟ ନାହିଁ । ସୁଚନାଯୋଗ୍ୟ ଯେ  ଡେଲାଙ୍ଗରେ ଚାଷିମାନଙ୍କର ସୁବିଧା  ପାଇଁ ପୁରୀ ନିମାପଡା ସମ୍ମଳିତ କେନ୍ଦ୍ର ସମବାୟ ବ୍ୟାଙ୍କ ଡେଲାଙ୍ଗ ଶାଖାରେ  ଏକ ଏଟିଏମଟି ଖୋଲାଯାଇଥିଲା ।  ଚାଷୀ ମାନେ ବ୍ୟାଙ୍କକୁ ନ ଆସି ସେମାନଙ୍କୁ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଏଟିଏମ କାର୍ଡ ମାଧ୍ୟମରେ ଟଙ୍କା ଉଠାଇ ପାରିବେ । ଏବେ ତାହା ଦିର୍ଘ ଦିନ ହେବ ବନ୍ଦ ହୋଇ ପଡି ରହିଥିବା ଦେଖିବାକୁ ମିଳିଛି ।ଏଟିଏମ  ବନ୍ଦ ଯୋଗୁ ଚାଷିମାନେ  ସେହି ଅସୁବିଧାରେ ପଡିବା ସହ  ବ୍ୟାଙ୍କରେ ଯାଇ ଗୋଡ ଭାଙ୍ଗି ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡୁଛି ବୋଲି ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ କଲେ ମଧ୍ୟ  ଏଥିପାଇଁ  ବିଭାଗୀୟ ଅଧିକାରୀଙ୍କ କୈାଣସି ନିଘା ନାହିଁ । ଚାଷୀମାନେ ଧାନମଣ୍ଡିର ଟଙ୍କା ଉଠାଣ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରକାଶ ଥାଉକି ଏଟିଏମ ଟି ତା୧୧.୧୨.୨୦୧୫ ମସିହା ରେ ଦିବଙ୍ଗତ ନେତା ତଥା ପୁର୍ବତନ ବିଧାୟକ ସ୍ୱର୍ଗତଃ ପ୍ରଦୀପ ମହାରଥିଙ୍କ କରକମଳରେ ଶୁଭ ଉଦଘାଟନ ହୋଇଥିଲା । ତାହା ଏବେ ଦିର୍ଘଦିନ ହେବ ବନ୍ଦ ହୋଇ ରହିଛି । ବିଭାଗୀୟ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ପଚାରିଲେ  ବନ୍ଦ ରହିବାର କାରଣ ସମ୍ପର୍କରେ କୈାଣସି ସନ୍ତୋଷଜନକ ଉତର ମିଳୁପାରୁନାହିଁ । ତେବେ ଚାଷି ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଟିଏମଟି ଖୋଲିବାକୁ ଦାବି ଜୋର ଧରିଛି । ବିଧାୟକ ରୁଦ୍ରପ୍ରତାପ ମହାରଥି ଓ ଜିଲ୍ଲାପାଳ ତୁରନ୍ତ ବନ୍ଦ ଏଟିଏମକୁ ଖୋଲିବା ସହ ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ଜନସାଧାରଣ ଓ ଚାଷୀ ମାନଙ୍କ ପକ୍ଷରୁ ଦାବୀ ହୋଇଛି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୧/୫/୨୦୨୨---୧୦,୧୦ 

  Sakhigopal News, 31/5/2022

Blog Archive

Popular Posts