ଧବଳେଶ୍ଵର ଗୁରୁ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା
ବରଗଡ଼--- ବରଗଡ ଜିଲ୍ଲା ଲରମ୍ଭା ମହାବିଦ୍ୟାଳୟ ପରିସରରେ ପଦାର୍ଥ ବିଜ୍ଞାନଗାରର ସହାୟକ ଧବଳେଶ୍ଵର ଗୁରୁ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲରମ୍ଭା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ସାଧାରଣ ସଭାରେ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠିତ ସଭାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଲରମ୍ଭା ମହାବିଦ୍ୟାଳୟ ର ପ୍ରଫେସର ଡା, ଅମୃତା ସାମନ୍ତ, ପ୍ରଫେସର କିଶୋର କୁମାର ମହାନ୍ତି, ଡା, ଦିଗମ୍ବର ଚାନ୍ଦ, ପ୍ରଫେସର ଅଶୋକ କୁମାର ମହାନ୍ତି ଅବସରପ୍ରାପ୍ତ ଗୁରୁ ଙ୍କ ଦୀର୍ଘ ୩୫ ବର୍ଷର ଚାକିରୀ କ୍ଷେତ୍ରରେ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ।ଅବସରପ୍ରାପ୍ତ ଧବଲେଶ୍ବର ଗୁରୁ ଚାକିରୀ ୧୯୮୭ ମସିହାରେ ଯୋଗ ଦାନ ସମୟରେ ସ୍ଵର୍ଗତ ଶିକ୍ଷାବିତ୍ ତଥା ଫିଲ୍ମମ ଅଭିନେତା ଶରତ ଚନ୍ଦ୍ର ପୂଝାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଏହି ଅବସରରେ ନବାଗତ ଷ୍ଟାଫ୍ ସିଲେକ୍ସନ କମିଶନ ଜରିଆରେ ଚୟନ ହୋଇଥିବା ଅଧ୍ୟାପକମାନେ ଯୋଗ ଦେଇଥିଲେ । ସେମାନେ ହେଲେ ଅଧ୍ୟାପକ ହେମନ୍ତ କୁମାର ପ୍ରଧାନ, ଅର୍ଥନୀତି, ଡା,ସୁବଳ କୁମାର ସାହୁ ଗଣିତ,ବୈଦ୍ୟନାଥ ନାୟକ ରସାୟନ ବିଭାଗରେ ଯୋଗଦେଇଛନ୍ତି। ଅବସର ପ୍ରାପ୍ତ ଧବଳେଶ୍ଵର ଗୁରୁ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ପ୍ରଦାନ କରଯାଇଥିଲା ଓ ଅବସର ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ। ଏହି ସମୟରେ ମହାବିଦ୍ୟାଳୟର ଡକ୍ଟର ଶାନ୍ତି ଲତା ବାରିକ, ମନୋରଞ୍ଜନ ତ୍ରିପାଠୀ, ପବିତ୍ର ମାହାଣା, ପ୍ରମୋଦ କୁମାର ସେଟ, ପ୍ରଦୀପ ପଣ୍ଡା, ସରୋଜ ନାୟକ, ରବିନ୍ଦ୍ର ନାୟକ, ଲିଙ୍ଗରାଜ ପୋଢ, ବିଦେଶୀ ଛନ୍ଦ ପ୍ରମୁଖ ଧବଳେଶ୍ଵର ଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୯/୫/୨୦୨୨-----୬,୪୫ Sakhigopal News 29/5/2022