୩୧ କିଲୋ ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ
Car seized with 31 kg of cannabis, one arrested
ଭଞ୍ଜନଗର----ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତକୁଲାଙ୍ଗେଙ୍କ ନିଦ୍ଧେର୍ଶ କ୍ରମେ ଗଞ୍ଜାମ ଅବକାରୀ ଆରକ୍ଷୀ ଅଧୀକ୍ଷକ ରାଜେନ୍ଦ୍ର ଭାତ୍ରୀଙ୍କ ନେତୃତ୍ୱରେ ଭଞ୍ଜନଗର ଅବକାରୀ ଥାନା ଅଧିକାରୀ ରମ୍ଭା ବାଗଙ୍କ ସହଯୋଗରେ ଚଢଉ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ପୁଲିସ କାର ସହ ଜଣେ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ମିଳିଥିବା ସୂଚନା ପ୍ରକାରେ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଅଞ୍ଚଳର ଶମ୍ଭୁ ଶଙ୍କର ଦିଗାଲ ନାମକ ଜଣେ ଯୁବକକୁ ଅବକାରୀ ପୁଲିସ ଏକ ଗଞ୍ଜେଇ ଭର୍ତ୍ତି କାର ସହ ଗିରଫ କରିଛି। ବାଲିଗୁଡାରୁ କାରଟି ଭୁବନେଶ୍ୱର ଯାଉଥିବା ବେଳେ ସୋରାଦେବୀ ମନ୍ଦିର ନିକଟରେ ଅବକାରୀ ପୁଲିସ ଉକ୍ତ ଗାଡିକୁ ଅଟକାଇ ଥିଲେ। ଏଥିରେ ଗଞ୍ଜେଇ ଥିବା ଦେଖି ଶମ୍ଭୁ ଶଙ୍କର ଦିଗାଲ ଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉ ରେ ଅବକାରୀ ଥାନା ଅଧିକାରୀ ରମ୍ଭା ବାଗ ଙ୍କ ସମେତ ରାମେଶ୍ବର ବେହେରା,ସନାତନ ନାହକ, ଜଗନ୍ନାଥ ମହାପାତ୍ର, କୃଷ୍ଣ ଚନ୍ଦ୍ର ସେଠୀ ଓ ସୁବଳ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୫/୨୦୨୨----୯,୧୦, Sakhigopal News,26/5/2022