Breaking News

ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି

 The complaint was heard in the conference room of the Bhanjanagar sub-district magistrate

ଭଞ୍ଜନଗର--ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଭଞ୍ଜନଗର ବିଡ଼ିଓ ଅନିଲ କୁମାର ସେଠି ଉପସ୍ଥିତ ରହି ସର୍ବ ପ୍ରଥମେ ଭିନ୍ନକ୍ଷମମାନଙ୍କ ଅଭିଯୋଗ ଏବଂ ପରେ ସାଧାରଣ ଅଭିଯୋଗଗୁଡିକର ଶୁଣାଣି କରିଥିଲେ ।  ୧୬ ଟି ଅଭିଯୋଗ  ବିଡ଼ିଓ  ଅନିଲ କୁମାର ସେଠି ଗ୍ରହଣ କରିଥିଲେ । ଦିବ୍ୟାଙ୍ଗମାନଙ୍କ ନିକଟରୁ ୧୦ ଟି ଅଭିଯୋଗ  ଆସିଥିଲା ବେଳେ ୬ ଟି ସାଧାରଣ ଅଭିଯୋଗ  ଗ୍ରହଣ କରାଯାଇଛି । ଏହି ଅଭିଯୋଗ ଶୁଣାଣି ସମୟରେ ସହାୟକ ଜିଲ୍ଲାପାଳ- ସଞ୍ଜୟ କୁମାର ସାହୁ, ଏଷ୍ଟ।ବ୍ଳିଶମେଣ୍ଟ ଅଫିସର- ଅନିଲ କୁମାର ପଣ୍ଡା, ଉପଖଣ୍ଡ ସୂଚନା ଅଧିକାରୀ- ଗୌରୀ ଶଙ୍କର ଶତପଥି ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣି ସମୟରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଅଫିସ ର କର୍ମଚାରୀ ସୁରଭି ପ୍ରଧାନ, ବଳରାମ ଯାନୀ, ସତ୍ୟରଞ୍ଜନ ଜେନା, ଯୁଗୋଳ କିଶୋର ବେହେରା  ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୫/୨୦୨୨----୭,୪୦ Sakhigopal News,23/5/2022

Blog Archive

Popular Posts