ବୋଲେରୋ ଗାଡି ଚୋରି ଅଭିଯୋଗରେ ୩ ଗିରଫ
Bolero arrested for car theft.
ଜଟଣୀ,----: ବୋଲେରୋ ଗାଡି ଚୋରିକରି ପୁଲିସ ହାବୁଡରେ ୩ ଅଭିଯୁକ୍ତ ଧରାପଡିଛନ୍ତି । ଗାଡି ମାଲିକଙ୍କ ଅଭିଯୋଗକ୍ରମେ ୩ଜଣ ଅଭିଯୁକ୍ତକୁ ଜଟଣୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କଠାରୁ ଚୋରା ବୋଲୋରେ ସମେତ ଆହୁରି କେତେକ ଚୋରା ସାମଗ୍ରୀକୁ ଜବତ କରିଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି । ସୁଚନାନୁସାରେ, ଦିଲୀପ କୁମାର ଭୂଜବଳଙ୍କ ବୋଲେରୋ ଗାଡିକୁ୧୪ ତାରିଖରେ କେହି ଚୋରି କରିନେଇଥିବା ଜଟଣୀଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଜଟଣୀଥାନା ବେଣାପଜଂରୀ ଗ୍ରାମର କୁରବାନ ଓରଫ ସେକ ଇନାତୁଲା(୨୧) ଏବଂ ହମ ଓରଫ ମହମଦ ହମସର(୩୨) ବୋଲି ଜଣାପଡିଛି । ଚୋରି ଗାଡିକୁ କିଣିଥିବା ପିପିଲିଥାନା ଦାନଗୋହୀର ଅଂଚଳର ଧଡିଆ ଓରଫ ମହମ୍ମଦ ନୁରୁଲକୁ ପୁଲିସ ମଧ୍ୟ ଗିରଫ କରିଛି । ଖୋର୍ଦ୍ଧା ଅଂଚଳରୁ ଚୋରି ହୋଇଥିବା ଓଆର ୦୨ବିୱାଇ ୫୫୬୫ ବିଶିଷ୍ଟ ଏକ ବୋଲେରୋ ଗାଡିକୁ ପୁଲିସ ଏମାନଙ୍କଠାରୁ ଜବତ କରିଥିବା ବେଳେ ଗତମାସରେ ଓଆର ୦୭ ବିଏଫ ୪୮୭୨ନଂ ବିଶିଷ୍ଟ ଏକ ବୋଲେରୋ ପିକଅପ ଭ୍ୟାନକୁ ଜବତ କରିଛି । ମାତ୍ର ଏହି ପିକଅପ ଭ୍ୟାନ ଗତମାସରେ ଖୋର୍ଦ୍ଧା ଟାଉନଥାନା ଅଂଚଳରୁ ଲୁଟ ହୋଇଥିଲା ବୋଲି ପୁଲିସ ସୂଚନା ଦେଇଛି । ସେହିପରି ଏକ ନମ୍ବର ବିହୀନ ୟାମାହା ଗାଡି ଏମାନଙ୍କଠାରୁ ଜବତ ହୋଇଛି । ସେମାନଙ୍କ ଠାରୁ ଭିଭୋ ମୋବାଇଲ ଫୋନ ଜବତ କରାଯାଇଛି । ଏହି ମୋବାଇଲ ଫୋନ ନିରାକାରପୁର ଅଂଚଳରୁ ଲୁଟ ହୋଇଥିବା ପୋଲିସ କହିଛି । ପୁଲିସ ମଧ୍ୟ ଏମାନଙ୍କ ନିକଟରୁ ଓଡି ୦୨ ବିଭି ୮୩୮୬ ନମ୍ବର ବିଶିଷ୍ଟ ବଜାଜ ପଲସର ବାଇକ ଜବତ କରିଛି ବୋଲି ଜଟଣୀଥାନା ଆଇଆଇସି ଦୟାନିଧୀ ନାୟକ କହିଛନ୍ତି । ଏନେଇ ଜଟଣୀଥାନାରେ ଏମାନଙ୍କ ବିରୋଧରେ ମାମଲାରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୩୧/୫/୨୦୨୨---୧୦,୨୦
Sakhigopal News, 31/5/2022