Breaking News

ବାଇକ୍ ଧକ୍କାରେ ଜଣେ ମୃତ , ବାଇକ୍ ଚାଳକ ଆହତ

One person was killed and at least one was injured .
 
ଭଞ୍ଜନଗର-- ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଗାଁ ନିକଟରେ ବାଇକ୍ ଧକ୍କାରେ ଜଣେ ମୃତ  ହୋଇଥିବା ବେଳେ ବାଇକ୍ ଚାଳକ ଆହତ ହୋଇଛନ୍ତି। ମୃତକ କାଳିଆଗୁଡା ଗ୍ରାମର ବିମଳ ପ୍ରଧାନ (୪୭) । ଆହତ ବାଇକ୍ ଚାଳକ ଜଣକ ମଧ୍ୟ କାଳିଆଗୁଡା ଗ୍ରାମର ଦୀପକ ପ୍ରଧାନ ବୋଲି ଜଣାପଡିଛି । ସୂଚନା ପ୍ରକାରେ କାଳିଆଗୁଡା ଗ୍ରାମର ଦୀପକ ଓ ଜଣେ ସହଯୋଗୀ ବାଇକ୍ ରେ ଯାଉଥିବା ବେଳେ  ଗାଁ ଛକରେ ଚାଲିଚାଲି ଯାଉଥିବା ବିମଳ ପ୍ରଧାନ ଙ୍କୁ ଧକ୍କା ଦେଇଥିଲେ । ଉଭୟେ ଘଟଣା ସ୍ଥଳରେ ପଡିରହିଥିବା ବେଳେ  ସ୍ଥାନୀୟ ଲୋକେ ତାଙ୍କୁ ଉଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଥିଲେ । ସେଠାରେ ବିମଳ ଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏନେଇ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୫/୨୦୨୨---୯,୪୦  Sakhigopal News,19/5/2022

Blog Archive

Popular Posts