Breaking News

ଏକ ଦିବସୀୟ ଚୌପାଲ ହସ୍ତଶିଳ୍ପ କାରିଗର ମାନଙ୍କୁ ନେଇ ଆଲୋଚନା ଚକ୍ର


A one-day workshop on handicraftsmen


 ସାକ୍ଷୀଗୋପାଳ ----  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବାଇଁଶବାଡି ଗ୍ରାମର ଭାର୍ଗବୀ ନଦୀ ନିକଟ ମହାବୀର ମନ୍ଦିର ପ୍ରାଙ୍ଗଣରେ ହସ୍ତଶିଳ୍ପ ସେବା କେନ୍ଦ୍ର, ବିକାଶ ଆୟୁକ୍ତ ( ହସ୍ତଶିଳ୍ପ) ବସ୍ତ ମନ୍ତ୍ରାଳୟ, ଭାରତ ସରକାର ଭୁବନେଶ୍ୱରଙ୍କ ତରଫରୁ ଓ ଓଡିଶା ସ୍ୱୁର୍ଣ୍ଣ ରୌପ୍ୟ ଶିଳ୍ପୀ ମହାସଂଘ ସହାୟତାରେ ଏକ ଦିବସୀୟ ଚୌପାଲ ହସ୍ତଶିଳ୍ପ କାରିଗର ମାନଙ୍କୁ ନେଇ ଆଲେଚନା ଚକ୍ର ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ , ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଅଶୋକ କୁମାର ହୋତା, ସହାୟକ ନିର୍ଦ୍ଦେଶ, ହସ୍ତଶିଳ୍ପ ସେବାକେନ୍ଦ୍ର ଭୁବନେଶ୍ୱର, ମନମୋହନ ମିଶ୍ର ହସ୍ତଶିଳ୍ପ ବିଭାଗ ପୁରୀ, ବ୍ଳକ ଉପାଧ୍ୟକ୍ଷା ନିବେଦିତା ପାତ୍ର, ଓଡିଶା ସ୍ୱର୍ଣ୍ଣ ରୌପ୍ୟ ଶିଳ୍ପୀ ମହାସଂଘର ଉପସଭାପତି ଶଙ୍କର ପ୍ରସାଦ ସାହୁ, ସମ୍ପାଦକ ପ୍ରଫୁଲ କୁମାର ସାହୁ ଯୋଗ ଦେଇ କାରିଗର ମାନଙ୍କର କିପରି ଉନ୍ନତି ହୋଇ ପାରିବ ସେ ସମ୍ପର୍କରେ ଆଲେଚନା କରାଯାଇଥିଲା । ବିଧାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ ରାଜ୍ୟ ସରକାର ଛୋଟ ଠାରୁ ବଡ କାରିଗର ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ କରିଛନ୍ତି । ଅନୁଷ୍ଠିତ ସଭାରେ ଓଡିଶା ସ୍ୱର୍ଣ୍ଣ ରୌପ୍ୟ ଶିଳ୍ପୀ ମହାସଂଘର ସଭାପତି ରମେଶ ଚନ୍ଦ୍ର ସାଥୁଆ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମର ଆୟୋଜକ ଥିଲେ ଓଡିଶା ସ୍ୱର୍ଣ୍ଣ ରୌପ୍ୟ ଶିଳ୍ପୀ ମହାସଂଘର କାର୍ଯ୍ୟକାରୀ କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ସାହୁ । ଏହି ଅବସରରେ ସେଠାରେ ଏକ ହସ୍ତଶିଳ୍ପ ପ୍ରଦର୍ଶନୀ କରାଯାଇଥିଲା । ୧୦ ଜଣଙ୍କୁ କାରିଗର ପ୍ରମାଣପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଶେଷରେ କାରିଗର ପରିବାରର ଛୋଟ ଛୋଟ ଶିଶୁ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତି


କାର୍ଯ୍ୟକ୍ରମ କରାଯାଇଥିଲା । ଧନ୍ୟବାଦ ଦେଇଥିଲେ ଶଙ୍କର ପ୍ରସାଦ ସାହୁ । ସୁରେନ୍ଦ୍ର କୁମାର ସାହୁ, କୃଷ୍ଣ ପ୍ରସାଦ ମହାରଣା ଓ ବାମନ ଚରଣ ପୁଷ୍ଟିଙ୍କ ସହ ଅନ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୨୮/୫/୨୦୨୨---୫,୧୫    Sakhigopal News, 25/8/2022

Blog Archive

Popular Posts