Breaking News

ଜଟଣୀ ପଞ୍ଚାୟତ କାର୍ଯ୍ୟାଳୟରେ ଜନଶୁଣାଣୀ ଅନୁଷ୍ଠିତ




ଜଟଣୀ --ଜଟଣୀ ପଞ୍ଚାୟତ ସମିତିର ସଭାଗୃହରେ ଜିଲ୍ଲାପାଳ ଖୋର୍ଦ୍ଧାଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି ।  ଏହି ଶିବିରରେ ଆଜି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଉପଜିଲ୍ଲାପାଳ ଭୁବନେଶ୍ୱର ଶ୍ରୀ ଦେବବ୍ରତ ସାହୁ,ଶ୍ରୀ ଦିଗନ୍ତ କୁମାର ରାଉତରାୟ ପ୍ରକଳ୍ପ ନିର୍ଦ୍ଧେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଶ୍ରୀ ମନୋଜ କୁମାର ପାଢ଼ୀ ଅତିରିକ୍ତ ଜିଲ୍ଲାପାଳ ଖୋର୍ଦ୍ଧା ଶ୍ରୀମତୀ ସୁଚେତା ମହାପାତ୍ର, ଶ୍ରୀ ସରୋଜ କୁମାର ରାଉତ ବିଡ଼ିଓ ଜଟଣୀ ଓ ଜଟଣୀ ତହସିଲଦାର ତପନ କୁମାର ମହାପାତ୍ର ସହ ବିଭିନ୍ନ ବିଭାଗର ସମସ୍ତ ଉପରିସ୍ଥ ଅଧିକାରୀ ଯୋଗ ଦେଇଥିଲେ । ଏହି ଶିବିରରେ  222(ଦୁଇ ସହ ବାଇଶି )ଗୋଟି ବିଭିନ୍ନ ସଂକ୍ରାନ୍ତୀୟ ଦରଖାସ୍ତ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ତେତିଶ ଗୋଟି ଅଭିଯୋଗ ତୁରନ୍ତ ସମାଧାନ କରାଯାଇ ଥିଲା । ଆଜିର ଶିବିରରେ 12 ଜଣଙ୍କୁ ଭିନ୍ନ କ୍ଷମ ଦିବ୍ୟାଙ୍ଗ ହେତୁ ତିନି ଚକିଆ ସାଇକେଲ  ବଣ୍ଟନ କରାଯାଇଥିଲା । ସେହିପରି "ମୋ ସ୍କୁଲ 'ଅନ୍ତର୍ଗତ ବାରଗୋଟି ବିଦ୍ୟାଳୟକୁ ପଟ୍ଟା ବଣ୍ଟନ କରାଯାଇଥିଲା । ଆଜିର ଶିବିର ପାଇଁ ବ୍ଲକ ପ୍ରଶାସନ ତରଫରୁ ସମସ୍ତ ଦରଖାସ୍ତ କାରୀଙ୍କ ପାଇଁ ପାନୀୟ ଜଳ ସୁବିଧା, ବସିବା ପାଇଁ ଟେଣ୍ଟର ସୁବିଧା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ବ୍ଲକର ସମସ୍ତ କର୍ମଚାରୀ, ଅଧିକାରୀ ସହଯୋଗ କରିଥିଲେ । ଆଜିର ଶିବିରରେ ବ୍ଲକ ଅଧକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ ଓ ଜିଲ୍ଲା ପରିଷଦ ଅଧକ୍ଷା ଖୋର୍ଦ୍ଧା ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନ ସିଂହ ମଧ୍ୟ ଉପସ୍ଥିତ ଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୫/୨୦୨୨---- ୯,୪୦ Sakhigopal News,23/5/2022

Blog Archive

Popular Posts