Breaking News

ଡେଲାଙ୍ଗ ରାଧାକାନ୍ତ ବିଦ୍ୟାପୀଠର ବରିଷ୍ଠ କିରାଣୀଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା

 Retirement reception meeting of senior clerk of Delang Radhakant Vidyapeeth.


ଡେଲାଙ୍ଗ --- ଡେଲାଙ୍ଗ ଷ୍ଟେସନ ସ୍ଥିତ ରାଧାକାନ୍ତ  ଦେବ ଉଚ୍ଚ ବିଦ୍ୟାପୀଠର କିରାଣୀ କୃପାସିନ୍ଧୁ ସାହୁଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ଭୋଇ ସଭାପତତ୍ୱ କରିଥିଲେ ।  ଅତିଥି ଭାବେ ମଣ୍ଡଳ ସହ ଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡା ,  ଅନ୍ୟତମ ଅତିଥି ଭାବେ ଡେଲାଙ୍ଗ ବ୍ଳକ ଓଷ୍ଠାର ସଭାପତି ପ୍ରଶାନ୍ତ କୁମାର ବିଶ୍ୱାଳ, କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂ, ସିଆରସିସି ପବିତ୍ର ପଣ୍ଡା ଓ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ସୂର୍ଯ୍ୟକାନ୍ତ ସାହୁ, ପୁଣ୍ୟଙ୍କର ରାୟ, ଛାତ୍ରୀ ଲକ୍ଷ୍ମୀପିୟାର ପ୍ରଧାନ, ମମତା ପ୍ରଧାନ ପ୍ରମୁଖ ଅବସର ନେଉଥିବା କିରାଣୀ ଶ୍ରୀ ସାହୁଙ୍କ ଗୁଣଗାନ କରିବା ସହ ନିରାମୟ ଜୀବନଯାପନ ପାଇଁ  ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ବିଦ୍ୟାଳୟର ଶିକ୍ଷୟ୍‌ତ୍ରୀ ଇତିଶ୍ରୀ ସ୍ୱାଇଁ, ଅର୍ଚ୍ଚନା ନାୟକ, ସ୍ମୃତିରେଖା ଚୌଧୁରୀ, ରଶ୍ମିତା ସାହୁ, ଶାସ୍ୱତ ପିୟଦର୍ଶି  କହିଥିଲେ ଯେ ବରିଷ୍ଠ କିରାଣୀ ଶ୍ରୀ ସାହୁ ଙ୍କର ବିଦ୍ୟାଳୟ ପ୍ରତି ଭଲ ପାଇବା, ସ୍ନେହ ଶ୍ରଦ୍ଧା ସରଳ ଜୀବନ ଯାପନ ବିଦ୍ୟାଳୟରେ ଛାଡି ଦେଇ ଯାଇଛନ୍ତି ।  ବିଦ୍ୟାଳୟର କର୍ମଚାରୀ ପ୍ରଦୀପ ମହାପାତ୍ର, ମନୋଜ ପରିଡା , ରମେଶ ସ୍ୱାଇଁ, ସୁବାଷ ରାଉତରାୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ ସୂର୍ଯ୍ୟକାନ୍ତ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ଦିଲ୍ଲୀପ କୁମାର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶ୍ରୀଧର ପ୍ରଧାନ ଧନ୍ୟବାଦ ଦେଇଥିଲେ । ଅବସର ଗ୍ରହଣ କରୁଥିବା କିରାଣୀଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୧/୫/୨୦୨୨----୪,୫୦   Sakhigopal News, 31/5/2022

Blog Archive

Popular Posts