Breaking News

ପୋଖରୀରେ ବୁଡି ବାଳିକାର ମୃତ୍ୟୁ

 A girl drowns in a pond
 ଭଞ୍ଜନଗର-- ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ରାଣିକିଆରୀ ଗ୍ରାମ ପୋଖରୀରେ ୮ ବର୍ଷର ବାଳିକା ବୁଡି ମୃତ୍ୟୁ ଘଟିଛି ।ଖବର ନେବାରେ କାନସୁକା ଗ୍ରାମର ଶିବରାମ ଦାଶଙ୍କ ୮ବର୍ଷର ଝିଅ ଶ୍ରୀମନ୍ ଦାଶ ଏକମାସ ହେବ  ଗାଲେରୀ ଫାଣ୍ଡି ରାଣିକିଆରୀ ଗ୍ରାମରେ ରହୁଥିବା ଅଜା ଘରକୁ ଆସିଥିଲା ।  ବୁଧବାର ସକାଳୁ ଆଈଙ୍କ ସାଙ୍ଗରେ ନିକଟସ୍ଥ ପୋଖରୀରିକୁ ଗାଧେଇବାକୁ ଯାଇଥିଲା । ଗାଧେଇବା ବେଳେ ଶ୍ରୀମନ୍ ର ଅସାବଧାନତା ଯୋଗୁଁ ପୋଖରୀରେ ବୁଡି ଯାଇଥିଲା ।  ଶ୍ରୀମନ୍ କୁଗୁରୁତ୍ବର ଅବସ୍ଥାରେ ପାଣି ରୁ ଉଧାର କରି ଗାଲେରୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭତ୍ତି କରାଯାଇଥିଲା ।ଏଠାରେ ଚିକିତ୍ସା କରୁଥିବା ଡାକ୍ତର ଶ୍ରୀମନ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଗାଲେରୀ ଫାଣ୍ଡି ଅଧିକାରୀ ଚନ୍ଦ୍ରଶେଖର ବେହେରା ଖବର ପାଇ ଡାକ୍ତରଖାନାରେ ପହଞ୍ଚି ଶ୍ରୀମନ୍ ର ମୃତଦେହକୁ ଜବତ କରିବାସହ ବ୍ୟବଚ୍ଛେଦ ଗୃହକୁ ପଠାଇଥିଲେ ।  ଏହିଘଟଣାକୁ ନେଇ ତାରସିଂ ଥାନାରେ ଏକ ଅପମୃତ୍ୟୁ ମାମଲାରୁଜୁ ହୋଇଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୫/୨୦୨୨---୧୦,୦୫    Sakhigopal News,18/5/2022

Blog Archive

Popular Posts