Breaking News

ବେରବୋଇ ଗାନ୍ଧୀପୀଠରେ ‘ସ୍ମୃତିରେ ପ୍ରଫୁଲ’ ପୁସ୍ତକ ଲୋକାର୍ପିତ

The book 'Praful in Memory' has been unveiled at the Berboi Gandhi Peetha.


 ଡେଲାଙ୍ଗ ----- ଡେଲାଙ୍ଗ ନୀଳାଚକ୍ର ପ୍ରକାଶନ ବୋଳକଣାର ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ  ସ୍ୱରଚିତ “ସ୍ମୃତିରେ ପ୍ରଫୁଲ ’ ପୁସ୍ତକ ଗାନ୍ଧୀପୀଠ ବେରବୋଇ ଠାରେ ଲେଖକ, ଗାନ୍ଧୀବାଦୀ ପ୍ରଫୁଲ ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଅତିଥି ମାନଙ୍କ ଦ୍ୱାରା ପୁସ୍ତକଟି ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ସମାଜସେବୀ ଡ କ୍ଷେତ୍ରବାସୀ ପ୍ରଧାନ ସଭାପତିତ୍ୱ କରିଥିଲେ ।  ଅତିଥି ଭାବେ କଣାସ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଔପନ୍ୟାସିକ ସୁନୀଲ ମିଶ୍ର,  ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ନାଟ୍ୟକାର,  ଶିଶୁ ସାହିତ୍ୟକ ଡ. ହେମନ୍ତ କୁମାର ଛୋଟରାୟ, ତାଳପୋଥି ବିଶାରଦ , ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡ. ଶାନ୍ତିଲତା ଅଧିକାରୀ , ସାହିତ୍ୟକ ମହେନ୍ଦ୍ର କୁମାର ତ୍ରିପାଠୀ , ଶିକ୍ଷାବିତ୍ତି କୁନ୍ତଳା କୁମାରୀ ବିଶ୍ୱାଳ, ଶିକ୍ଷକ ଅଭୟ ଚରଣ ସାହୁ ଓ କାଶୀନାଥ ମହାପାତ୍ର, ଅନାମ ଚରଣ ମଲ୍ଲିକ, କବି ଚନ୍ଦ୍ରଶେଖର, ପ୍ରବୋଧ କୁମାର ନାୟକ ଗୋପାଳ ମହାପାତ୍ର, କସ୍ତୁରବା ଟ୍ରଷ୍ଟର ସଦସ୍ୟ ଅନ୍ନପୂର୍ଣ୍ଣା ଦେବୀ ଯୋଗ ଦେଇ ଦବିଗଂତ ଗାନ୍ଧୀବାଦୀ ତଥା କବି  ିପ୍ରଫୁୁଲ ନାୟକଙ୍କ ସ୍ମୃତି ଚାରଣ କରିଥିଲେ । ଅନୁଷ୍ଠାନର ଆଇନଜୀବୀ ତଥା ପରିବେଶବିତ୍ତି ତଥା ସାହିତ୍ୟକ ହୃଷୀକେଶ ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିବା ସହ ସଭାରେ ସଂଯୋଜନା କରିଥିଲେ । ଶେଷରେ ଦିବଗଂତ ଶ୍ରୀ ନାୟକଙ୍କ ପୁତ୍ର ପ୍ରବୋଧ ନାୟକ ଧନ୍ୟବାଦ ଦେଇଥିଲେ ।   

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୭/୫/୨୦୨୨---୬,୧୫   

Sakhigopal News, 7/5/2022

Blog Archive