ଗାୟକ ବିଦୁର- ସ୍ୱଗତ ଗୋପିନାଥ ପ୍ରଧାନଙ୍କ ୧୪ତମ ଶ୍ରାଦ୍ଧବାର୍ଷିକରେ ସ୍ମୃତିଚାରଣ ସଭା
Singer Bidur - Gopinath Pradhan's 16th Anniversary Commemoration Meeting.
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମର ସ୍ୱଗତ ଗାୟକ ବିଦୁର ଗୋପିନାଥ ପ୍ରଧାନଙ୍କ ୧୪ତମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ମୁନିନ୍ଦା ଛକ ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗର ଏକମାତ୍ର ଗାୟକ ଭାବେ ଆକାଶବାଣୀରେ ସଂକୀର୍ତ୍ତନ ପରିବେଷଣ କରିବାର ସୌଭାଗ୍ୟଲାଭ କରି ଅଞ୍ଚଳର ନାମ ଇତିହାସ ପୁଷ୍ଠାରେ ଲିପିବଦ୍ଧ କରିଯାଇଛନ୍ତି । ସଂକୀର୍ତ୍ତନର ସଂସ୍କୃତି, ସୁରକ୍ଷା ଓ ଆଧ୍ୟାତ୍ମିକ ଚେତନାକୁ ସୁଦୂରପ୍ରସାର କରିବା ଦିଗଣେ ତାଙ୍କର ପ୍ରଚେଷ୍ଟା ଅକଳ୍ପନୀୟ । ଯାହାକି ସେ ଜିଲ୍ଲା ଓ ଜିଲ୍ଲା ବାହାରେ ଅନେକ ଗାୟକ ସୃଷ୍ଟି କରିଦେଇଯାଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଭାର ରାଜ୍ୟ ସଭାପତି ଅଧ୍ୟାପକ ଶଙ୍କାଙ୍କ ଚୁଡାମଣୀ, କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକହୃଶିକେଷ ବଳିୟାରସିଂ, ପୁରାତନ ଛାତ୍ର ସଂସଦର ସଭାପତି ଅଧ୍ୟାପକ ତ୍ରିନାଥ ପରିଡା, ଶିକ୍ଷକ ରମେଶ ଚନ୍ଦ୍ର ପରିଡା, ବୈଜୟନ୍ତିମାଳା ହରିଚନ୍ଦନ, ପ୍ରବୀର ମହାପାତ୍ର, ଅଜିତ ରାୟଙ୍କ ସହିତ ପରିବାର ସଦସ୍ୟ , ସ୍ଥାନୀୟ ବୁଦ୍ଧଜୀବୀ ଓ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଗୁରୁ ତଥା ବିଦୂର ଗାୟକ ଗୋପିନାଥଙ୍କ ସ୍ମୃତିଚାରଣ କରିଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ସଭାଟିକୁ ସଂଯୋଜନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୭/୫/୨୦୨୨---୬,୧୫ Sakhigopal News, 7/5/2022