ଗଛ ପଡି ୨ ଭଉଣୀ ଗୁରୁତର
Two sisters were seriously injured when the tree fell.
ଭଞ୍ଜନଗର-ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡିପୁରୁ ଗ୍ରାମର ୨ ଭଉଣୀଙ୍କ ଉପରେ ଗଛ ପଡି ଗୁରୁତର ଆହତ ହୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ରହିଛନ୍ତି ।ସେମାନେ ହେଲେ ପିୟଙ୍କା ପଲେଇ ଓ ପାଇଲି ପଲେଇ ।ଖବର ନେବାରେ ପିୟଙ୍କା ଓ ପାଇଲି ମିଶି ନିକଟସ୍ଥ ପୋଖରୀକୁ ଗାଧେଇବାକୁ ଯାଉଥିବା ବେଳେ ହଠାତ ଗଛଟି ଉପୁଡି ପାଇଲି ଓ ପିୟଙ୍କା ଭପରେ ପଡିବାରୁ ଘଟଣାସ୍ଥଳରେ ଗୁରୁତର ହେଇଥିଲେ ଦୁଇ ଭଉଣୀ । ସ୍ଥାନୀୟ ଲୋକେ ଓ ପରିବାର ଲୋକେ ପହଞ୍ଚି ପିୟଙ୍କା ଓ ପାଇଲିକୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୫/୨୦୨୨----୮,୫୫