ସମ୍ଭାବ୍ୟ ବାତ୍ୟାକୁ ନେଇ ସତ୍ୟବାଦୀ ବ୍ଳକ ପକ୍ଷରୁ ପ୍ରସ୍ତୁତି ବୈଠକ
Preparatory meeting on behalf of the Truth Bloc on possible storms.
ସାକ୍ଷୀଗୋପାଳ-----ଅସାନ୍ ସମ୍ଭାବ୍ୟ ବାତ୍ୟାକୁ ନେଇ ସତ୍ୟବାଦୀ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଏକ ବ୍ଳକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଅଧ୍ୟକ୍ଷତା କରି ବିଦ୍ୟୁତ ବିଭାଗ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ଯେପରି ବିଦ୍ୟୁତ ସରବରାହ ଜାରି ରହିବ ସେ ଦିଗ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । । ବିଡିଓ କ୍ଷୀରୋଦ କୁମାର ବେହେରା ବୈଠକଟିକୁ ପରିଚାଳନା କରିଥିଲେ ।ଏହି ବୈଠକରେ ତହସିଲଦାର ଜୟନ୍ତ କୁମାର ଜୟସିଂ, ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା , କୃଷି, ମତ୍ସ୍ୟ , ଉଦ୍ୟାନ, ଜଳସେଚନ, ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ । ବିଦ୍ୟୁତ ବିଭାଗର ଅଧିକାରୀ ମାନେ କହିଥିଲେ ଯେ ଆମେ ଏକ ଗ୍ରୁଫ କରିଛୁ ଯେଉଁଠି ଯାହା କିଛି ଅସୁବିଧା ହେବ ସେମାନେ ତୁରନ୍ତ ଏହି ଗ୍ରୁଫରେ ଫଟୋ ଓ ଭିଡିଓ ପଠାଇବେ । ଯାହା ଫଳରେକି ସମସ୍ତେ ଜାଣି ପାରିବେ ପରିସ୍ଥିତି ସମ୍ପର୍କେ । ସେହିପରି ବିଡିଓ ଶ୍ରୀ ବେହେରା ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ କହିଛନ୍ତି ଛୁଟି ବାତିଲି କରାଯାଇଛି । କେହି ହେଡକ୍ୱାଟର ଛାଡି ନ ଯାଆନ୍ତି ସେଥିପ୍ରତି ସମସ୍ତେ ସଜାଗ ରହିବା ପାଇଁ ଅଧିକାରୀ ମାନଙ୍କୁ ବିଡିଓ ଶ୍ରୀ ବେହେରା କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୫/୨୦୨୨---୬,୧୦
akhigopal News, 7/5/2022