Breaking News

ପ୍ରଧାନ ଶିକ୍ଷୟତ୍ରୀଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

The headmistress's retirement celebration is held.


ସାକ୍ଷୀଗୋପାଳ------ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନୂଆସୋମେଶ୍ୱରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ଦେବୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ପାଣି , ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ହରିହର ପଣ୍ଡା ଓ ସମିତିସଭ୍ୟା ଜ୍ୟୋତିର୍ମୟୀ ପଣ୍ଡା ଯୋଗ ଦେଇ ଅବସର ନେଉଥିବା ଶିକ୍ଷୟତ୍ରୀଙ୍କର ଗୁଣଗାନ କରିଥିଲେ । ଶିକ୍ଷୟତ୍ରୀ ହରପିୟା କର  ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ଲକ୍ଷ୍ମୀ ପ୍ରସାଦ ପାଣି ଅତିଥି ପରିଚୟ ପ୍ରଦାନ କରିବା ସହ ସଭାଟିକୁ ସଂଯୋଜନା କରିଥିଲେ । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର, ଉତ୍ତରୀୟ ଓ ଉପଢ଼ୌକନ ଦେଇ ସମ୍ମର୍ଦ୍ଧିତ କରାଯାଇଥିଲା । ସେ ଜଣେ ସୁଶିକ୍ଷିକା, ସରଳ, କର୍ତ୍ତବ୍ୟନିଷ୍ଠ, ଛାତ୍ରଛାତ୍ରୀ ସ୍ନେହୀ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ସିଆରସିକୁନିମଣୀ ଦେଇ, ପୂର୍ଣ୍ଣଚନ୍ଦ୍ର ବେହେରା, ଶିବ କୁମାର ମହାନ୍ତି, ସୀତାକାନ୍ତ ମିଶ୍ର, ମନିସା ଦେବୀ, ପ୍ରତିମା ବିଶ୍ୱାଳ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ ।ବିଜୟ କୁମାର ଦାସ ଶେଷରେ ଧନ୍ୟବାଦ ଦେଇଥିଲେ । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୫/୨୦୨୨---୬,୧୦  

 Sakhigopal News, 7/5/2022

Blog Archive

Popular Posts