Breaking News

ନାବାଳିକା ନିଖୋଜ ଥାନାରେ ଅଭିଯୋଗ

Minor missing police report.

ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ନବମ ଶ୍ରେଣୀର ଛାତ୍ରୀ ନିଖୋଜ ହୋଇଯାଇଥିବା ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରୀଙ୍କର ବାପା । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ୫ ତାରିଖ ଅପରାହ୍ନରୁ ତାଙ୍କ ନାବାଳିକା ଝିଅକୁ ପାଉ ନାହାନ୍ତି । ବନ୍ଦୁ ବାନ୍ଧବ ଘର ଓ ସାହି ପଡିଶା ସାଙ୍ଗସାଥୀ ସବୁ ଆଡେ ଖୋଜା ଖୋଜି କରିବା ପରେ କୌଣସି ସୁରାକ ନ ମିଳିବାରୁ ଶେଷରେ ଥାନାରେ ଜଣାଇଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ୧୪୦/୨୨ରେ ଏକ ମାମଲା ରୁଜ କରାଯାଇ ଥାନାର ଏଏସଆଇ କୃଷ୍ଣଚନ୍ଦ୍ର ବେହେରା କେସ ତଦନ୍ତ କରୁଥିବା  ଜଣାପଡିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୫/୨୦୨୨---୬,୧୫

Blog Archive

Popular Posts