Breaking News

ଭଞ୍ଜନଗରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

Bhanjanagar celebrates International Women's Day.

ଭଞ୍ଜନଗର - ଆଇବିଏମ୍ ଷ୍ଟିମ୍ ଫର୍ ଗାର୍ଲସ ପ୍ରକଳ୍ପ ଅନ୍ତର୍ଗତ ତନରଡ଼ା ଆର୍ଯ୍ୟକନ୍ୟା ଗୁରୁକୁଳ ଠାରେ ପ୍ରଧାନଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।  ଆସନ୍ତାକାଲି ପାଇଁ ଆଜି ଲିଙ୍ଗଗତ ସମାନତା ଉପରେ ସମାଜର ଉଭୟ ପୁରୁଷ ଓ ମହିଳାମାନଙ୍କ ଭୂମିକା, ସରକାର ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନର ଦାୟିତ୍ୱ ଏବଂ କର୍ତବ୍ୟ ଉପରେ  ଆଲୋଚନା କରାଯାଇଥିଲା।  ମୁଖ୍ୟ ଅତିଥି ଭାବେ ନିଗମାନନ୍ଦ ଏଜୁକେଶନ ସେଣ୍ଟରର ସମ୍ପାଦକ ଚିନ୍ମୟ କୁମାର ବେବର୍ତା ଯୋଗ ଦେଇଥିଲେ। ପ୍ରଥମେ ଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ସ୍ମୃତି ପୋଲାଇ, ଶୁଭସ୍ମିତା ସ୍ୱାଇଁ ଏବଂ ରଶ୍ମିତା ବିଷୋୟୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ପ୍ରକଳ୍ପର ସ୍ୱେଚ୍ଛାସେବୀ ପାୟଲ ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ସେଠୀ, ଅକ୍ଷୟ କୁମାର ଜେନା, ଅରବିନ୍ଦ କୁମାର ସାହୁ ଓ ଶିକ୍ଷୟିତ୍ରୀ ସୁଷମା ମହାରଣା, ତନୁ ବେହେରା, ଗୀତାଞ୍ଜଳି ମିଶ୍ର, ଆରତୀ ଶତପଥୀ ଆଜିର ଦିବସ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଆଇବିଏମ୍ ଷ୍ଟିମ୍ ଫର୍ ଗାର୍ଲସ ପ୍ରକଳ୍ପ ତରଫରୁ ଶ୍ରୀ ବେବର୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଶିକ୍ଷକ ରବୀନ୍ଦ୍ର କୁମାର ମଳିକ ଧନ୍ୟବାଦ ପ୍ରଦାନ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୩/୨୦୨୨ ----୭,୩୫ Sakhigopal,9/3/2022

Blog Archive

Popular Posts