ଶୋକାକୁଳ ପରିବେଶରେ ଶହୀଦ ରବିନ୍ଦ୍ରନାଥଙ୍କ ଶେଷକୃତ୍ୟ ସମ୍ପନ୍ନ
Rabindranath Tagore's funeral was held in a mournful atmosphere.
ଭଞ୍ଜନଗର – ଶହିଦ ସନ୍ତାନକୁ ହରାଇ ଝୁରୁଛି ଜନ୍ମମାଟି । ଝୁରୁଛନ୍ତି ଶୋକାକୂଳ ପରିବାର ଓ ସମ୍ପର୍କୀୟ । ସୀମା ସୁରକ୍ଷା ବଳରରେ ଚାକିରି କରୁଥିଲେ , ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ ଗାଲେରୀ ଗ୍ରାମର ରବିନ୍ଦ୍ର ନାଥ ସାହୁ । ତ୍ରିପୁରା ରେ ଚାକିରି କରୁଥିବା ବେଳେ , ମଣିପୁର କୁ ନିର୍ବାଚନ ଦାୟିତ୍ଵ ରେ ଯାଇଥିଲେ ବିଏସଏଫ୍ ଜବାନ୍ ରବିନ୍ଦ୍ରନାଥ । ସେଠାରେ ସେ ଶହୀଦ ହୋଇଥିବା ବେଳେ , ତାଙ୍କ ପାର୍ଥିବ ଶରୀରକୁ ବିମାନ ଯୋଗେ କଲିକତା ଓ ପରେ ସୁରକ୍ଷା ବାହିନୀ ର ସ୍ବତନ୍ତ୍ର ଗାଡିରେ ନିଜ ଗାଁ ଗାଲେରୀ କୁ ଅଣାଯାଇଥିଲା । ପରିବାର ଓ ଗ୍ରାମବାସୀ ଶହୀଦଙ୍କ ଶେଷ ଦର୍ଶନ କରିବା ପରେ ଗାଁ ସ୍ମଶାନ ରେ ରାଷ୍ଟ୍ରିୟ ସମ୍ମାନ ପ୍ରଦର୍ଶନ କରାଯାଇ ଅନ୍ତିମ ସତ୍କାର କରାଯାଇଛି ।
୧୯୯୪ ମସିହାରେ ପାଠପଢ଼ା ସାରି , ସୀମା ସୁରକ୍ଷା ବଳର ରେ ଯୋଗ ଦେଇଥିଲେ ରବିନ୍ଦ୍ରନାଥ । ଦେଶର ବିଭିନ୍ନ ସ୍ଥାନରେ ରହି ନିଜ ଦାୟିତ୍ୱ ସମ୍ପାଦନ କରୁଥିଲେ । ସ୍ତ୍ରୀ ଓ ଗୋଟିଏ ଝିଅ ସହ ନିଜ କର୍ମସ୍ଥଳୀ ରେ ପ୍ରାୟତଃ ରହିଆସୁଥିଲେ । ବର୍ତମାନ ସେ ତ୍ରିପୁରା ରେ ଦାୟିତ୍ଵ ସମ୍ପାଦନ କରୁଥିବା ବେଳେ , ମଣିପୁର କୁ ନିର୍ବାଚନ ଡ୍ୟୁଟି ରେ ଯାଇଥିଲେ । ସେଠାରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ଲୋକଙ୍କୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ମୃତ୍ୟୁ ର କାରଣ ସଂକ୍ରାନ୍ତରେ ବର୍ତ୍ତମାନ ସୁଧା ସ୍ପଷ୍ଟ କରାଯାଇନାହିଁ । ବୁଧବାର ଭୋର ସମୟରେ ଶହୀଦଙ୍କ ପାର୍ଥିବ ଶରୀର , କଲିକତାରୁ ଦଶପଲ୍ଲା ରାସ୍ତା ଦେଇ ଗାଲେରୀରେ ପହଞ୍ଚିଥିଲା । ଗାଲେରୀ ଫାଣ୍ଡି ରେ ପହଞ୍ଚିବା ପରେ , ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ବେହେରା ଙ୍କ ତତ୍ବାବଧାନରେ ଶୋଭାଯାତ୍ରା ଆୟୋଜନ ହୋଇଥିଲା । ସାଥିରେ କଲିକତା ସୀମା ସୁରକ୍ଷା ବଳ ଅଧିକାରୀ ଭାବେ , ଏଏସଆଇ - ମଙ୍ଗତପନ୍ ମିଶ୍ରା ଏବଂ ଭଂଜନଗର ଏସଡିପିଓ - ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ପୋଲିସ କର୍ମଚାରୀ ପ୍ରମୁଖ , ଶହୀଦ ଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ବିଏସଏଫ ଜବାନ ଙ୍କ ପକ୍ଷରୁ ତୋପ ସଲାମୀ ଦିଆଯାଇଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୩/୨୦୨୨----୮,୦୫ Sakhigopal News,9/3/2022
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୩/୨୦୨୨----୮,୦୫ Sakhigopal News,9/3/2022