Breaking News

ଦୃଷ୍ଟିହୀନ ଯାତ୍ରୀମାନଙ୍କ ସୁବିଧା ପାଇଁ ଭୁବନେଶ୍ୱର ରେଲୱେ ଷ୍ଟେସନରେ ବ୍ରେଲି ସାଇନେଜ ବୋର୍ଡ ସଂସ୍ଥାପିତ


Braille sign board set up at Bhubaneswar railway station for the convenience of blind passengers.


ଜଟଣୀ --ଖୋର୍ଦ୍ଧା ଡିଭିଜନ ପକ୍ଷରୁ ସକ୍ଷମତା କିମ୍ବା ଅକ୍ଷମତା ନିର୍ବିଶେଷରେ ଯାତ୍ରୀମାନଙ୍କ ପାଇଁ “ଏକ ସୁବିଧାଜନକ ପରିବେଶ” ପାଇଁ ଏକ ପଦକ୍ଷେପ ନିଆଯାଇଛି । “ଆକ୍ସେସିବଲ୍ ଇଣ୍ଡିଆ – “ସୁଗମ୍ୟ ଭାରତ ଅଭିଯାନ" ଅଧୀନରେ ନିଆଯାଇଛି ।
2015 ରେ ଭାରତ ସରକାର ଏକ ସର୍ବଭାରତୀୟ ପ୍ରତିବନ୍ଧକମୁକ୍ତ ପରିବେଶ ସୃଷ୍ଟି ପାଇଁ ପରିବହନ କ୍ଷେତ୍ର ସମେତ  ‘ସୁଗମ୍ୟ ଭାରତ’ ଅଭିଯାନ ଆରମ୍ଭ କରିଥିଲେ। ଅକ୍ଷମତା ଥିବା ବ୍ୟକ୍ତିଙ୍କ ଅଧିକାର (RPwD) ଅଧିନିୟମ, 2016 ଅଧୀନରେ ଏହି ଅଭିଯାନ ପରିଚାଳିତ ହେଉଛି । ଭିନ୍ନକ୍ଷମଙ୍କ ଅଧିକାର ଅଧିନିୟମ, 2016 ଅନୁଯାୟୀ, ଏହା ନିଶ୍ଚିତ ହେବା ଆବଶ୍ୟକ ଯେ ସମସ୍ତ ପରିବହନ ସେବା ଏବଂ ବ୍ୟବସ୍ଥା ପାଇଁ ଏକ ସହଜ ସୁବିଧା ଅଛି ଯାହାର ଡିଜାଇନ୍ ଭିନ୍ନକ୍ଷମଙ୍କ ପାଇଁ ଅନୁକୁଳ ଏବଂ ନିରାପଦ ଏବଂ ଅନ୍ୟ ସମସ୍ତ ସକ୍ଷମ ବ୍ୟକ୍ତି ମାନେ ମଧ୍ୟ ସମ୍ମାନ ଏବଂ ସ୍ବାଧୀନ ଭାବେ ଏହିସବୁର ସଦୁପଯୋଗ କରିବାକୁ ସକ୍ଷମ ହେବେ ।  ତେଣୁ ରେଳ ଷ୍ଟେସନରେ ଏକ ସୁବିଧାଜନକ ପରିବେଶ ଆଡକୁ ଅଗ୍ରସର କରିବା ଲକ୍ଷ୍ୟରେ  ଭୁବନେଶ୍ୱର ରେଳ ଷ୍ଟେସନରେ ଦୃଷ୍ଟିହୀନ ଯାତ୍ରୀମାନଙ୍କ ପାଇଁ ବ୍ରେଲି ସାଇନେଜ୍ ବୋର୍ଡ ସ୍ଥାପିତ ହୋଇଛି ।
ଭୁବନେଶ୍ୱର ରେଳ ଷ୍ଟେସନର ଏକ ନମ୍ବର ଏବଂ ଛଅ ନମ୍ବର ପ୍ଲାଟଫର୍ମ ପ୍ରବେଶ ସ୍ଥାନରେ ବ୍ରେଲିରେ ଥିବା ଦିଗ ଦେଖାଉଥିବା ବୋର୍ଡ ସଂସ୍ଥାପିତ କରାଯାଇଛି ।  ଯାହାଦ୍ବାରା  ଦୃଷ୍ଟିହୀନ ଯାତ୍ରୀମାନେ ବିଭିନ୍ନ ପ୍ଲାଟଫର୍ମରେ ଅବସ୍ଥିତ ବିଭିନ୍ନ ଯାତ୍ରୀଙ୍କ ସୁବିଧା ଚିହ୍ନଟ କରିପାରିବେ । ପ୍ଲାଟଫର୍ମ ନମ୍ବରଗୁଡ଼ିକୁ ଚିହ୍ନିବା ପାଇଁ ଫୁଟ୍ ଓଭର ବ୍ରିଜ୍ ର ରେଲିଂ ଉପରେ ସାଇନେଜ୍ ବୋର୍ଡଗୁଡ଼ିକ ସ୍ଥାପିତ କରାଯାଇଛି । ଆହୁରି ମଧ୍ୟ ଷ୍ଟେସନରେ ବିଭିନ୍ନ ଉପଯୋଗୀତା, ଯେମିତି କି ଏନକ୍ୱରୀ କାଉଣ୍ଟର, ୱେଟିଂ ହଲ୍, ଟିକେଟ୍ କାଉଣ୍ଟର, ପୁରୁଷ-ମହିଳା ଶୈ।ଚାଳୟ, ଲିଫ୍ଟ, ଏସ୍କାଲେଟର୍, ପାନୀୟ ଜଳ, କ୍ୟାଟରିଂ ଷ୍ଟଲ୍ ଇତ୍ୟାଦି ନିକଟରେ ବ୍ରେଲି ସାଇନେଜ୍ ବୋର୍ଡଗୁଡ଼ିକ ମଧ୍ୟ ସ୍ଥାପିତ ହୋଇଛି ।  ପୂର୍ବ ତଟ ରେଳପଥ ର ଖୋର୍ଦ୍ଧା ରୋଡ଼ ମଣ୍ଡଳ, ରେଳ ଷ୍ଟେସନରେ ଏକ ସୁବିଧାଜନକ ପରିବେଶ ଯୋଗାଇବା ଦିଗରେ ସର୍ବଦା କ୍ରିୟାଶୀଳ ରହିଛି ଯାହା ଦ୍ଵାରା ସମସ୍ତ ସକ୍ଷମ ଏବଂ ଅକ୍ଷମ ଯାତ୍ରୀଙ୍କ ଦ୍ଵାରା ଏହି ସବୁ ସୁବିଧା ସର୍ବାଧିକ ପରିମାଣରେ ବ୍ୟବହାର କରାଯାଇପାରିବ |

ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୩/୨୦୨୨--- ୮,୨୩ 
Sakhigopal News,10/3/2022

Blog Archive

Popular Posts