ପୁର୍ବତନ କାଉନସିଲରଙ୍କ ବିୟୋଗ
The resignation of the former councilor
ଜଟଣୀ---- ଜଟଣୀ ପୈାରପରିଷଦର ପୁର୍ବତନ କାଉନସିଲର ବିଭୂତିଭୂଷଣ ମିଶ୍ରଙ୍କ ଶନିବାର ରାତିରେ ହୃଦଘାତରେ ନିଜ ବାସଭବନଠାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ହୋଇଥିଲା । ସ୍ୱର୍ଗତ ବିଭୂତି ବିଗତଦିନରେ ଜଟଣୀ ଅଟୋ ଆସୋସିଏସନର ସଭାପତି, କଂଗ୍ରେସଦଳ,ସମୃଦ୍ଧଓଡିଶା ଏବଂ ଅନେକ ରାଜନୈତିକ ଦଳସହିତ କାର୍ଯ୍ୟକରିଥିଲେ । ସେହିପରି ଗାନ୍ଧୀ ଓ ଶାସ୍ତ୍ରୀ ସ୍ମୃତି କମିଟିର ସଭାପତି ଦାୟିତ୍ୱ ଗ୍ରହଣ କରି ଜଟଣୀବାସୀଙ୍କୁ ମାହାତ୍ମାଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଅନୁଗାମୀ କରାଇଥିଲେ । ବିଭୂତିଙ୍କ ବିୟୋଗ ଖବରପାଇ ଜଟଣୀର ବିଭିନ୍ନ ସଂଗଠନ,ଗରୀବ ଅସହାୟ ଓ ବିଶିଷ୍ଟ ବ୍ୟକ୍ତିମାନେ ଶେଷଦର୍ଶନ କରିବାକୁ ଆସିଥିଲେ । ଏନେଇ ରବିବାର ବିଭିନ୍ନ ସଂଗଠନ ଓ ଜଟଣୀ ବିଜେଡି ପକ୍ଷରୁ ଏକ ଶୋକସଭା ପାଳନ କରାଯାଇଥିଲା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୧୩/୩/୨୦୨୨---୫,୦୫