ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହରେ ଜନସାଧାରଣଙ୍କ ଜନଶୁଣାଣୀ ଅନୁଷ୍ଠିତ
A public hearing was held in the auditorium of the Panchayat Samiti office.
ଜଟଣୀ ---- ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ସମସ୍ତ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କର ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜନଶୁଣାଣି ଶିବିର ପଞ୍ଚାୟତ ସମିତି ଜଟଣୀ ସଭା ଗୃହରେ ଅନୁଜ କୁମାର ଦାସ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ଖୋର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ରାଉତ, ପ୍ରଦୋଷ କୁମାର ମହାରଣା, ଜିଲ୍ଲା ସାମାଜିକ
ନିରୀକ୍ଷକ ଚନ୍ଦନ କୁମାର ଜଳ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ, ପୃଥ୍ବୀରାଜ ପ୍ରଧାନ, ଯୋଗାଣ ନିରୀକ୍ଷକ, ଲିପିକା କାନୁନଗୋ ବ୍ଲକ ସାମାଜିକ ନିରୀକ୍ଷକ, ପବ୍ଲିକ ହିୟରିଂ" କିମିଟିର ସଦସ୍ୟ/ସଦସ୍ୟା ଓ ଅନ୍ୟାନ୍ୟ ସରକାରୀ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ସର୍ବପ୍ରଥମେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଭାରେ ଉପସ୍ଥିତ ଥିବା ଅଧ୍ୟକ୍ଷ, ପବ୍ଲିକ ହିୟରିଂ କିମିଟି ଓ ଅନ୍ୟାନ୍ୟ ସରକାରୀ ଅଧିକାରୀ ବନ୍ଦକୁ ସ୍ବାଗତ ଜଣାଇଥିଲେ। ତତପରେ କଟଣୀ ବ୍ଲକ ଅଧିନସ୍ଥ ୧୫ ଗୋଟି ପଂଚାୟତ ରେ ଶେଷ ହୋଇଥିବା ସାମାଜିକ ସମୀକ୍ଷାର ବିସ୍ତୃତ୍ଵ ଆଲୋଚନା ହୋଇଥିଲା । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗତ୨୦୨୦-୨୦୨୧ ଆର୍ଥିକ ବର୍ଷରେ ୩ କୋଟି ୨୬ ଲକ୍ଷ ୩ ପ୍ରକାର ଟଙ୍କା ଖର୍ଚ୍ଚ ହୋଇଥିବା ସ୍ଥଳେ ୩୧୯୬ ଜଣ ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇଅଛି ଏବଂ ୧୦୯୩୫୫ ଗୋଟି ଶ୍ରମ ଦିବସ ସୃଷ୍ଟି ହୋଇଅଛି । ୨୦୨୦-୨୦୨୧ ଆର୍ଥିକ ବର୍ଷରେ ୧୧୯ ଗୋଟି ପରିବାରକୁ ୧୦୦ ଦିନ କାର୍ଯ୍ୟ ଯୋଗାଇଦିଆ ଯାଇଅଛି ଓ ତନ୍ମଧରୁ ସଭାରେ ଦୁଇ ଜଣଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରା ସମ୍ମାନିତ କରଯାଇଥିଲା । ଚଳିତ ବର୍ଷ ୧୫ ଗୋଟି ପଞ୍ଚାୟତରେ ୬୫୬ ମଧ୍ୟ ରୁ ମୋଟ ୧୯୩ ଟି ପ୍ରକଳ୍ପ ଅଦ୍ୟାବଧୂ ଶେଷ ହୋଇଅଛି ଓ ୪୬୩ ଟି ପ୍ରକଳ୍ପର କାର୍ଯ୍ୟ ଚାଲୁରହିଅଛି । ଏହା ସହ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨୦୨୯-୨୦୨୧ ଆର୍ଥିକ ବର୍ଷରେ ୨୧୧୬୦ ହିତାଧିକାରୀଙ୍କୁ PHH ଚାଉଳ ୩୧୭୬୧ ୦t, AAY ଚାଉଳ ୧୧୦୮୩ ୮୦ Qt, କିରୋସିନ ତେଲ ୪୨୫୨୬୮ ଲିଟର ବଣ୍ଟନ କରାଯାଇଥିଲା ଓ ସେଥିରେ ଥିବା ବିଭିନ୍ନ ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୩/୨୦୨୨