Breaking News

ରାଜରାସ୍ତା ଅବରୋଧ : ଗ୍ରାମବାସୀ ଅସନ୍ତୋଷ

Roadblocks: Villagers dissatisfied

ଜଟଣୀ --ଜଟଣୀ ପୌରପରିଷଦ ଅନ୍ତର୍ଗତ ୧୩ ନଂ ୱାର୍ଡ ଜଗନ୍ନାଥ ପୁର ପାଟଣା ମଦନ ମୋହନ  
ମନ୍ଦିର ପଛପଟ  ଗ୍ରାମରାସ୍ତା ଅବରୋଧ କରି ରାସ୍ତା ଉପରେ ସେହି ଗ୍ରାମର ମଦନ ମୋହନ କ୍ୟାଟ୍ରିନ ସର୍ଭିସ ସଂସ୍ଥାର ପରିଚାଳକ ବିଭିନ୍ନ ଲୋକଙ୍କ ବାହାଘର, ବ୍ରତଘର ତଥା ଜନ୍ମଦିନ ଉତ୍ସବର ରୋଷେଇ ବରାଦ ରଖି ତାହା ପ୍ରସ୍ତୁତ କରୁଛନ୍ତି । ସେହି ରାସ୍ତାରେ ନିଜର ଗାଡି, ରୋଷେଇ ହଣ୍ଡାହାଣ୍ଡି, ଟେଣ୍ଟର ବିଭିନ୍ନ ସାମଗ୍ରୀ ରଖି ରାସ୍ତା ଅବରୋଧ କରିଛନ୍ତି । ଗାଁ ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ୱେ ଏହାକୁ ବୃକ୍ଷେପ ନକରି ରାସ୍ତା ଅବରୋଧ କରି ଚାଲିଛନ୍ତି । ଯେଉଁ ମାନେ ଅଭିଯୋଗ କରନ୍ତି ସେମାନଙ୍କୁ ସରକାରୀ ଜାଗାରେ ରହୁଛ ବେଶି କହିଲେ ମୋ ବଡ ଭାଇକି କହି ଘର ପଟ୍ଟା କରାଇଦେବିନାହିଁ କହି ଧମକ ଦିଅନ୍ତି । ସେହି ରାସ୍ତା ଦେଇ ନିକଟରେ ଥିବା ବିଭିନ୍ନ ଗ୍ରାମର ଲୋକେ ଯିବାଆସିବା କରନ୍ତି । ତା ସଂଗେ ସଂଗେ ସ୍କୁଲ ପିଲା, ଆମ୍ବୁଲାନ୍ସ, ଦମକଳ ଯିବାଆସିବା କରିଥାଏ । ସରକାର ସେହି ଗ୍ରାମର ଲୋକଙ୍କ ପାଇଁ ପିଇବା ପାଇଁ ପି. ହେଚ. ଡ଼ି ପାଇପ ଯୋଗାଇ ଦେଇଥିବାବେଳେ ସେହି ପାଇପରୁ ସିଧା ସଂଯୋଗ ମାଧ୍ୟମରେ ରୋଷଇ ପାଇଁ ପାଣି ନେଇଥାନ୍ତି । ଶୁକ୍ରବାର ପ୍ରତ୍ୟୁଷରୁ ଗ୍ରାମରାସ୍ଥା ଅବରୋଧ କରି ଅର୍ଡର ଖାଦ୍ୟ ପ୍ରସ୍ତୁତ କରିଥିଲା । ସେହି ସମୟରେ ସେହିରାସ୍ତା ଦେଇ ଜଣେ ସାମାଜିକ କର୍ମୀ ନିଜ କାରରେ ଯିବା ସମୟରେ ରାସ୍ତାରେ ରୋଷେଇ ହେଉଥିବାରୁ ଆଗକୁ ଯାଇନପାରି ଅଟକି ରହିଥିଲେ । ପର ମୁହୂର୍ତ୍ତରେ ଗ୍ରାମବାସୀଙ୍କ ଅଭଯୋଗ କ୍ରମେ ଏହା ବନ୍ଦ ହୋଇଥିଲା । ବୁଦ୍ଧିଜୀବୀଙ୍କ ମତରେ ଏହି ଭଳି ଅନୈତିକ କାର୍ଯ୍ୟକୁ ଈଓ ମହାଶୟ ଉଚିତ ତଦାରଖ କରି ପଦକ୍ଷେପ ଗ୍ରହଣ କରିବାକୁ ମତପ୍ରକାଶ କରିଛନ୍ତି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୩/୨୦୨୨---୬,୪୦ Sakhigopal News 5/3/2022

Blog Archive

Popular Posts