Breaking News

ଜଟଣୀ ପୈାର ନିର୍ବାଚନ : ତୃତୀୟ ଦିନରେ ୨୫ ଫର୍ମ ବିକ୍ରି ଗୋଟିଏ ନାମାଙ୍କନ ଦାଖଲ

Jatani Payar Election: On the third day, 25 forms were sold and one nomination was submitted.

ଜଟଣୀ---- ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୈାରାଞ୍ଚଳଗୁଡିକରେ ପୈାରନିର୍ବାଚନଲାଗି ବିଜ୍ଞପ୍ତି ପ୍ରକାଶ ପାଇବାପରେ ଜଟଣୀ ପୈାରାଞ୍ଚଳ ଅନ୍ତର୍ଗତ ୱାର୍ଡଗୁଡିକ ଚଳଞ୍ଚଚଳ ହୋଇଛି । ଚଳିତ ୨୪ ତାରିଖରେ ପୈାରନିର୍ବାଚନ ହେବାଲାଗି ଦିନଧାର୍ଯ୍ୟ କରାଯାଇଥିବା ବେଳେ ଆଜି ତୃତୀୟ  ଦିନରେ ୨୫ଟି ଫର୍ମ ବିକ୍ରି ହୋଇଛି । ୨୪ଟି କାଉନସିଲର ଏବଂ ଏକଟି ଅଧ୍ୟକ୍ଷ ପଦଲାଗି ଫର୍ମ ବିକ୍ରୀ ହୋଇଥିବା ବେଳେ ତୃତୀୟ ଦିନରେ ଜଣେ ବ୍ୟକ୍ତି କାଉନସିଲରପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତିି । ପ୍ରଥମ ଦିନରେ ୧୩ଜଣ କାଉନସିଲର ପାଇଁ ଫର୍ମ କିଣିଥିବା ବେଳେ ୨ଜଣ ପୈାରାଧ୍ୟକ୍ଷଲାଗି ଫର୍ମ କିଣିଥିଲେ । ମାତ୍ର କେହିଜଣେ ନାମାଙ୍କନ କରିନଥିଲେ । ସେହିପରି ଦ୍ୱିତୀୟ ଦିନରେ ୨୨ଜଣ କାଉନସିଲରପାଇଁ ଫର୍ମ କିଣିଥିବା ବେଳେ ଜଣେ ମାତ୍ର ପୈାରାଧ୍ୟକ୍ଷ ପାଇଁ ଫର୍ମ ନେଇଥିବା ଜଣାପଡିଛି । ମାତ୍ର ଆଜି ତୃତୀୟ ଦିନରେ ଆଶାୟୀ ପ୍ରାର୍ଥୀମାନେ ୨୫ଫର୍ମ ନେଇଥିବା ବେଳେ ଜଣେମାତ୍ର କାଉନସିଲରଲାଗି ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ଅନ୍ୟପଟେ ପୈାରାନିର୍ବାଚନଲାଗି ଆଶାୟୀ ପ୍ରାର୍ଥୀମାନେ ଦିର୍ଘ ୫ବର୍ଷଠାରୁ ଅପେକ୍ଷାରେ ରହିଛନ୍ତି । ୨୦୧୮ ସେପ୍ଟେମ୍ବର ମାସରେ ଜଟଣୀ ପୈରାଞ୍ଚଳର ୨୨ କାଉନସିଲର ଓ ଜଣେ ପୈାରାଧ୍ୟକ୍ଷଙ୍କ କାର୍ଯ୍ୟକାଳ ସରିଥିବା ବେଳେ ବିତଗ ୫ବର୍ଷଠାରୁ ପୈାରନିର୍ବାଚନ ହୋଇନଥିଲା । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୫/୩/୨୦୨୨   Sakhigopal News, 5/3/2022


Blog Archive

Popular Posts