Breaking News

ଭାରତୀୟ ରେଡକ୍ରସ୍ ସୋସାଇଟି ଓଡିଶା ରାଜ୍ୟ ଶାଖା ପକ୍ଷରୁ ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା

 The Odisha State Branch of the Indian Red Cross Society is assisting the families of the fire victims.
ଡେଲାଙ୍ଗ --- ମହାଶିବ ରାତ୍ରି ସଂନ୍ଧ୍ୟା ସମୟରେ କୌଣସି ଏକ କାରଣ ରୁ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହୁମର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ଟି ପରିବାରର ଘର ସଂପୂର୍ଣ୍ଣ ରୂପେ ଭସ୍ମୀଭୂତ ହୋଇଯାଇଥିଲା। ଅଗ୍ନିକାଣ୍ଡ ର ଭୟାବହତା ଏତେ ଥିଲା ଯେ ସମସ୍ତ ଆସବାବ,ଜରୂରୀ କାଗଜପତ୍ର, ଚାଉଳ ଓ ଧାନ ପୋଡି ଭସ୍ମିଭୂତ ହୋଇଯାଇଛି ଯାହାଦ୍ୱାରା ସେମାନେ ଅସହାୟ ହୋଇପଡିଛନ୍ତି। ଉକ୍ତ ଦୁର୍ଘଟଣା ବିଷୟରେ ସ୍ଥାନୀୟ ତହସିଲଦାର ନିବେଦିତା ପରିଡା ଓ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡାଙ୍କ ଅନୁରୋଧ କ୍ରମେ ଭାରତୀୟ ରେଡକ୍ରସ୍ ସୋସାଇଟି ଓଡିଶା ରାଜ୍ୟ ଶାଖା ର ଅବୈତନିକ ସଚିବ ସି ଟି ଏମ୍ ସୁଗୁଣା ଅଗ୍ନିକାଣ୍ଡ ରେ ପଡିତ ୭ ପରିବାରଙ୍କୁ ସହାୟତା ପ୍ରଦାନ କରିଛନ୍ତି। ଗାଦିବ୍ରହ୍ମ ମହାବିଦ୍ୟାଳୟ ର ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡା
 ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଅଗ୍ନିବିପନ୍ନ ପିଡିତ ପରିବାର କୁ ରେଡକ୍ରସ୍ ତରଫରୁ ବାଲଟି,ତାରପୋଲିନ ପାଲ,ରୋଷେଇ ସରଂଜାମ ଆଦି ପ୍ରଦାନ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ଗାଦିବ୍ରହ୍ମ ମହାବିଦ୍ୟାଳୟ ର ରେଡକ୍ରସ ସ୍ୱେଛାସେବୀ ରାଧାମୋହନ ଦାଶ,ବୈକୁଣ୍ଠ ପ୍ରଧାନ,ସ୍ଥାନୀୟ ଜନ ପ୍ରତିନିଧି ଓ ଗାଦିବ୍ରହ୍ମ ଯୁବ ସଂଗଠନ ର ସଦସ୍ୟ ବୃନ୍ଦ ଉପସ୍ଟିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ରେଡକ୍ରସ୍ ଓଡିଶା ର ଏହି ମାନବବାଦୀ କର୍ଯ୍ୟାଧାରାକୁ ସାଧାରଣ ରେ ପ୍ରଂଶସା କରିବା ସହିତ ପିଡିତ ପରିବାର ମାନେ ରେଡକ୍ରସ ସଂସ୍ଥାକୁ ସାଧୁବାଦ ଜଣାଇଛନ୍ତି ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି,୯/୩/୨୦୨୨-୮,୨୦ Sakhigopal News,9/3/2022

Blog Archive

Popular Posts