ମାମିତ ମେହେର ହତ୍ୟା ମାମଲା ; କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଓ ସହଯୋଗୀ ରାଧେଶ୍ୟାମ
Mamit Meher murder case; Govind and Radheshyam, the main accused, appeared in court.
ବଲାଙ୍ଗିର.ମମିତା ହତ୍ୟା ମାମଲାରେ କୋର୍ଟରେ ହାଜର ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମ ଚଣ୍ଡି। କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଦୁଇ ଅଭିଯୁକ୍ତଙ୍କୁ ହାଜର କରାଯାଇଛି। ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସି କୋର୍ଟରେ ଚାର୍ଜସିଟ ଦାଖଲ ପରେ ଆଜି ହେବ ଚାର୍ଜ ଫ୍ରେମ, ପରେ ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୨୧ରେ ହେବ ବୋଲି ଜଣାପଡିଛି। ଆଜିଠୁ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅନ୍ୟ ପକ୍ଷେ ନିଜର ଓକିଲଙ୍କ ମଧ୍ୟ ପରିବର୍ତ୍ତନ କରିଛି ଗୋବିନ୍ଦ।

ଅକ୍ଟୋବର ୮ରେ ମମିତା ନିଖୋଜ ହୋଇଯାଇଥିଲେ। ତାଙ୍କ ନିଖୋଜ ପଛରେ ଗୋବିନ୍ଦ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ମମିତାଙ୍କ ପରିବାର ସଦସ୍ୟ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଅକ୍ଟୋବର ୧୯ରେ, ପୁଲିସ ଉପସ୍ଥିତିରେ ବିଦ୍ୟାଳୟର ଷ୍ଟାଡିୟମ ନିର୍ମାଣ ସ୍ଥାନରୁ ମମିତାଙ୍କ ଶରୀରର ଅସ୍ଥି ବାହାର କରାଯାଇଥିଲା।
ଏହି ଘଟଣାରେ ପ୍ରଧାନ ଅଭିଯୁକ୍ତଙ୍କ ସହ ଲିଙ୍କ ଥିବାରୁ ବିରୋଧୀ ବିଜେପି ଓ କଂଗ୍ରେସ ମନ୍ତ୍ରୀ ଦିବ୍ୟା ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ କରିଥିଲେ।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ୍,୧୦/୩/୨୦୨୨---୯,୧୫ Sakhigopal News,10/3/2022