Breaking News

ଦଳିତ ସାମ୍ବାଦିକଙ୍କୁ ଆକ୍ରମଣକାରୀକୁ ଗିରଫ ଦାବିରେ; ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଲେ ଆମ୍ବେଦକର ଓ୍ବାରିୟର ସଂଗଠନର କର୍ମକର୍ତ୍ତା

Dalit journalist demands arrest of attacker; Ambedkar Warrior's staff meets sub-divisional superintendent of police.

 
ବରଗଡ :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଚରଣ ବିଧି ଉଲଘଂନ ପ୍ରସଙ୍ଗ  ଖବର ପ୍ରକାଶିତ କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନେ ମରଣାନ୍ତକ ଆକ୍ରମଣ ର ଶିକାର ହୋଇଛନ୍ତି । ଯାହା ଗଣମାଧ୍ୟମର କଣ୍ଠରୋଧ ଅଟେ ।କେତେକ ଘଟଣାର ଅଭିଯୁକ୍ତମାନଙ୍କୁ ପୋଲିସ୍ ଗିରଫ କରିଥିବା ଅନ୍ୟ କେତେକ ଘଟଣାର ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ ପୋଲିସ ଗିରଫ  କରିନାହିଁ ।  ରାଜ୍ୟ ତଥା ଜିଲ୍ଲା ସାମ୍ବାଦିକ ସଂଘ ଏବଂ ବିଭିନ୍ନ ସାମାଜିକ ସଂଗଠନ ଗଣମାଧ୍ୟମର କଣ୍ଠରୋଧ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଏବଂ ଜିଲ୍ଲାପାଳ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଲିଖିତ ଭାବରେ ଦାବୀ କରିଛନ୍ତି । କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ମଧ୍ୟରୁ ବରଗଡ଼ ଜିଲ୍ଲା ଜଗଦଳପୁର ଥାନା ଅଧିନରେ ଗତ ତା.୧୪.୦୨.୨୦୨୨ ରିଖ ଦିନ  ସାମ୍ବାଦିକ ମୋତିଲାଲ ବାଗଙ୍କୁ ନିର୍ବାଚନୀ ଖବର ସଂଗ୍ରହ କରି ଫେରୁଥିବା ବାଟରେ ଚିରୋଳୀ ଫରେଷ୍ଟ ଡୁଙ୍ଗୁରୀ ଠାରେ ଦୁଇ ଜଣ ଦୁର୍ବୁତ୍ତ ଜାତିଆଣ ଆକ୍ଷେପ କରି ଜୀବନରୁ ମାରିଦେବା ପାଇଁ ମରଣାନ୍ତକ ଆକ୍ରମଣ କରିଥିଲେ । ଡଭା ପ୍ରାଥମିକ କୃଷି ସମବାୟ ସମିତି ର ସମ୍ପାଦକ ରାକେଶ ସାହୁ ନାମରେ ଖବର ପ୍ରକାଶିତ କରୁଛୁ ଏବଂ   ବରଗଡ ଜିଲ୍ଲାର ସାମ୍ବାଦିକଙ୍କୁ ଖବର  ଦେଉଛୁ ବୋଲି  କହି ଜୀବନରେ ମାରିଦେବା ପାଇଁ  ଲୁହା ରଡ ରେ ପ୍ରହାର କରିଥିଲେ । ଯାହା ଜଗଦଳପୁର ଥାନା କେଶ ନମ୍ବର- ୨୫/୨୦୨୨ ରେ ମାମଳା ରୁଜୁ ହୋଇଛି । ଘଟଣାର ୨୫  ଦିନ ବିତିଯାଇଥିଲେ ମଧ୍ୟ ପୋଲିସ୍ ର ହାତ ଖାଲି । ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇନାହିଁ ।ଦଳିତ ନିଷ୍ପେସିତ ଲୋକଙ୍କ ହକ ଅଧିକାର ପାଇ ସବୁବେଳେ କାର୍ଯ୍ୟ କରି ଆସୁଥିବା ଆମ୍ବେଦକର ଓ୍ବାରିୟର ସଂଗଠନ ର କର୍ମକର୍ତ୍ତା ମାନେ  ଗତ ତା.୨୫.୦୨.୨୦୨୨ ରିଖ ଦିନ ଜଗଦଳପୁର ଥାନାଧିକାରୀ ଙ୍କୁ ଭେଟି ଦଳିତ ସାମ୍ବାଦିକ ମୋତିଲାଲ ବାଗଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଲିଖିତ ଭାବରେ ଜଣାଇଥିଲେ । ପଦ୍ମପୁର ଉପଖଣ୍ଡରେ ଦଳିତ ଲୋକଙ୍କ ଉପରେ ଆକ୍ରମଣ ଘଟଣାରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି  ଏବଂ ଅଭିଯୋଗକାରୀଙ୍କ ଜିବନ ପ୍ରତି ବିପଦ ଥିବାର ପ୍ରସଙ୍ଗ  ଉପରେ ଆଳୋଚନା ପୂର୍ବକ ଦଳିତ ସାମ୍ବାଦିକ ମୋତିଲାଲ ବାଗଙ୍କୁ ଆକ୍ରମଣ ଘଟଣାର ସମସ୍ତ ଅଭିଯୁକ୍ତମାନଙ୍କୁ ଯଥା ଶିଘ୍ର ଗିରଫ କରିବା ପାଇଁ ଆମ୍ବେଦଅର ଓ୍ବାରିୟର ସଂଗଠନର ଜିଲ୍ଲା ସଭାପତି କୁଶ ତାଣ୍ଡି ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ  ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଭୁତି ଭୁଷଣ ଭୋଈ ଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଅଭିଯୁକ୍ତମାନଙ୍କୁ ଗିରଫ୍ କରାନଗଲେ ଆମ୍ବେଦକର ଓ୍ବାରିୟର ସଂଗଠନ ତରଫରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଳି ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ସଂଗଠନର ପ୍ରତିନିଧି ଦଳରେ ଝାରବନ୍ଧ ବ୍ଳକ ସଭାପତି ମହେଶ ବାଘ , ପାଇକମାଲ ବ୍ଳକ ସଭାପତି ଜୟ କୁମାର ଜାଲ , ପଦ୍ମପୁର ବ୍ଳକ ସଭାପତି ଟିକେଳାଲ କୁମ୍ଭାର , ପାଇକମାଲ ବ୍ଳକ ସଂଯୋଜକ ସୁଜନ ବାଗ , ମୁରଲୀ ସୁନା ଏବଂ ଦେବଶିଷ ସୁନା ପ୍ରମୁଖ ଉପସ୍ଥିତ ଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୩/୨୦୨୨----୮,୦୫ Sakhigopal News,10/3/2022

Blog Archive

Popular Posts