Breaking News

କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର, ଥାନାରେ ଅଭିଯୋଗ

Journalist abused, police report.


ସଇଁନ୍ତଲା--- ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କାର୍ଯ୍ୟରତ ସାମ୍ବାଦିକ ବିଶାଳ କୁମାର ଅଗ୍ରୱାଲ ସମେତ ସଇଁନ୍ତଲା ବ୍ଳକ ର ସମସ୍ତ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା  ନେଇ ସଇଁନ୍ତଲା ଥାନାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସ୍ଥାନୀୟ ଥାନା ଅଧିକାରୀ ଙ୍କ ଜରିଆରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ ଯେ ବିବାହ ପୂର୍ବରୁ ନାରୀକଟା ଗ୍ରାମର ବୁଲୁ କୁମ୍ଭାର ଙ୍କୁ  କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ ଉଠେଇ ନେଇଥିବା ନେଇ ବିଭିନ୍ନ ଖବର କାଗଜ ରେ ଖବର ପ୍ରସାରିତ ହୋଇଥିଲା। ତେବେ ଏହାକୁ ଆକ୍ଷେପ କରି ଆଜି ବ୍ଳକ ର ସାମ୍ବାଦିକ ବିଶାଳଙ୍କୁ ଫୋନ ମାଧ୍ୟମରେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ରାଜ କିଶୋର ଡାଙ୍ଗ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ବେଳେ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ତେବେ ଆଜି  ସାମ୍ବାଦିକ ଦେବେନ୍ଦ୍ର ଯୋଶୀ,ତରୁଣ ବେହେରା, ରାଖାଲ ସତପଥୀ, ଆଲୋକ ସାହୁ,ପ୍ରମୋଦ ସେଲମା,ଦୀପକ ଅଗ୍ରୱାଲ, ଅଭିନାଶ ନନ୍ଦ,ରଞ୍ଜନ ବାଗ,ପ୍ରଶାନ୍ତ ମେହେର, ନାରାୟଣ ସାହୁ, ଅଜିତ ସାହୁ ପ୍ରମୁଖ ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ଅବନୀ ସାହୁ ତଦନ୍ତ କରୁଛନ୍ତି। ତେବେ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର କରିଥିବା ବ୍ୟକ୍ତି ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାମ୍ବାଦିକ ମହଲରେ ଦାବି ହେଉଛି।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ୍,୧୦/୩/୨୦୨୨----୭,୫୫ Sakhigopal News,10/3/2022

Blog Archive

Popular Posts