Breaking News

ମୂର୍ତ୍ତି ଚୋରି ଘଟଣାରେ ପୋଲିସର ନିର୍ଷ୍କିୟତା ଦାୟୀ କରି ୧୨ ଘଣ୍ଟିଆ ଅଳଗୁମ- ସାକ୍ଷୀଗୋପାଳ ରାସ୍ତା ରୋକ; ଆଲେଚନା ବିଫଳ

12-hour Algum-Sakshigopala roadblock blamed on police inaction in statue theft; Negotiation failed.


ସାକ୍ଷୀଗୋପାଳ ------ ମନ୍ଦିରରୁ ମୂର୍ତ୍ତି   ଚୋରି ଘଟଣାରେ ପୋଲିସର ନିସ୍କ୍ରିୟତାକୁ ଦାୟୀ କରି ଗ୍ରାମବାସୀ ମାନଙ୍କ ପକ୍ଷରୁ  ୧୨ ଘଣ୍ଟିଆ ବନ୍ଦ ଡାକରା ସଫଳ ହୋଇଥିବା ବେଳେ ବ୍ଳକ ପ୍ରଶାସନ ସହିତ ଆଲେଚନା ବିଫଳ ହୋଇଛି । ସୁଚନା ଯୋଗ୍ୟ ଯେ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ନୂଆସମେଶ୍ପରପୁର ଗ୍ରାମରେ ଥିବା ଗୋପିନାଥ ଦେବଙ୍କ ମନ୍ଦିରରୁ ୧୩ ତାରିଖରେ ୭ ଗୋଟି ବଡ ଛୋଟ ଅଷ୍ଟଧା୍‌ତୁରେ ନିର୍ମିତ ମୂର୍ତ୍ତି ଚୋରି ହୋଇଥିଲା । ଚୋରି ହୋଇଥିବା ଜଣାପଡିବା ପରେ ଗ୍ରାମବାସି ଓ ମନ୍ଦିର ପରିଚାଳନାକମିଟି ପକ୍ଷରୁ  ସତ୍ୟବାଦୀ ଥାନାରେ ଅଭିଯୋଗ କରାଯାଇଥିଲା ।ଅଭିଯୋଗ ଅନୁଯାୟୀ ସତ୍ୟବାଦୀ ଥାନାରେ ଏକ କେସରୁଜ କରି ତଦନ୍ତ ଜାରି ରହିଛି ।  ମାତ୍ର ୨୧ ଦିନ ପରେ ପୋଲିସ  ଚୋରି ଘଟଣା ସନ୍ଦାନ ନ ପାଇବା , ପୋଲିସର ନିଷ୍କ୍ରିୟତାକୁ ଦାୟୀ କରି ଗ୍ରାମାବସୀ ଓ ମନ୍ଦିର ପରିଚାଳନା କମିଟି ଓ ଗ୍ରାମର ଯୁବକ ମାନେ ପୁରୀ ଜିଲ୍ଲାପାଳ, ଏସପିଙ୍କ ସହିତ ବିଭିନ୍ନ ଅଧିକାରୀଙ୍କୁ ଏ ଘଟଣା ସମ୍ପର୍କରେ ଜଣାଇଥିଲେ । ମାତ୍ର କୌଣସି ସୁଫୁଳ ନ ମିଳିବାରୁ ଗ୍ରାମବାସୀଙ୍କ ନିସ୍ପତି କ୍ରମେ ୫ ତାରିଖ ସକାଳ ୬ ଘଣ୍ଟିକା ଠାରୁ ଅପରାହ୍ନ ୬ ଘଟିକା ପର୍ଯ୍ୟନ୍ତ ୧୨ଘଣ୍ଟିଆ ସାକ୍ଷୀଗୋପାଳ- ଅଳଗୁମ ରାସ୍ତା ରୋକ କରିଥିଲେ । ରାସ୍ତା  ଉପରେ ନିଆଁ ଲଗାଇ ପୁରୁଷ,ଯୁବକ ଓ ମହିଳା ମାନେ ରାସ୍ତା ଉପରେ ବସି ରହିବା ସହ ତାଙ୍କ ମୂର୍ତ୍ତି ତାଙ୍କୁ ଫେରାଇ ଦେବା ପାଇଁ ନାରାବାଜି ଦେଇଥିଲେ । ମାତ୍ର ଆନ୍ଦୋଳନକାରିଙ୍କ ସହିତ ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର  ଧଳ ଦୀର୍ଘ ସମୟ ଧରି ଆଲେଚନା କରିଥିଲେ ମାତ୍ର  ଆଲେଚନା ସଫଳ ହୋଇନଥିଲା । ଅନ୍ୟ ପଟେ ବନ୍ଦ ଡାକରା ସମୟ ସୀମା ଶେଷ ହେବା ପରେ ଗ୍ରାମବାସୀ ମାନେ ରାସ୍ତାରୋକରୁ ହଟିଥିଲେ ।  ରାସ୍ତାରେ ସ୍ୱଭାବିକ ଭାବେ ଲୋକମାନେ ଯିବା ଆସିବା କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୩/୨୦୨୨---୬,୪୫ 

 Sakhigopal News, 5/3/2022


Blog Archive

Popular Posts