ବଳପୁର ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଦାୟତ୍ୱନେଲେ
The newly elected Sarpanch of Balpur Panchayat took charge
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ପ୍ରାର୍ଥୀନି ପିୟଙ୍କା ପଣ୍ଡା ଆଜି ତାଙ୍କର କିଛି ମହିଳା ଓ ପୁରଷ ସମର୍ଥକଙ୍କୁ ସାଙ୍ଗରେ ଧରି ଏକ ଶୋଭାଯାତ୍ରା କରି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚିବା ସହ ଦାୟତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ନବ ନିର୍ବାଚିତ ସମସ୍ତ ୱାର୍ଡ ସଭ୍ୟସଭ୍ୟା ମାନଙ୍କ ସହ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକଙ୍କୁ ଶ୍ରୀମତି ପଣ୍ଡା ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଆଗାମୀ ଦିନରେ ଦଳ ବଳ ନିର୍ବିଶେଷରେ ସମସ୍ତେ ଏକ ହୋଇ ବଳପୁର ଗ୍ରାମ ପଞ୍ଚାୟତକୁ କିପିରି ସତ୍ୟବାଦୀ ବ୍ଳକରେ ଏକ ନମ୍ବର ପଞ୍ଚାୟତ ଗଡି ତୋଲିବାକୁ ପଞ୍ଚାୟତର ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୩/୨୦୨୨---5,40 Sakhigopal News, 10/3/2022