Breaking News

ରାସ୍ତାରୁ ଯୁବକ ର କ୍ଷତାକ୍ତ ମୃତଦେହ ଉଧାର , କାରଣ ଅସ୍ପଷ୍ଟ

The young man's wounded body was recovered from the road, as it is unknown at this time

 ଭଞ୍ଜନଗର-- ଭଂଜନଗର ଥାନା ଅନ୍ତର୍ଗତ , କଇଁଣ୍ଡି ଗାଁ ନିକଟ ମୁଖ୍ୟ ରାସ୍ତାରୁ ଯୁବକର କ୍ଷତାକ୍ତ ମୃତଦେହ ଉଧାର କରିଛି ସ୍ଥାନୀୟ ପୋଲିସ । ମୃତ ଯୁବକ ଜଣକ ନିକଟସ୍ଥ ଚାକୁଣ୍ଡାପଲ୍ଲୀ ଗ୍ରାମର ଶିବରାମ ଗୈାଡ (୨୩) । ବୁଧବାର ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ  ତାଙ୍କୁ ଭଂଜନଗର ମେଡିକାଲ ରେ ଭର୍ତି କରିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ଖବର ପାଇ ଭଂଜନଗର ମେଡିକାଲ ପହଞ୍ଚିଥିଲେ । ଏନେଇ ମୃତକଙ୍କ ମା ଲାବଣ୍ୟ ଗୈାଡ ଭଂଜନଗର ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ମୃତ ଦେହକୁ ଜବତ କରି  ବ୍ୟବଛେଦ ପାଇଁ ପଠାଇଥିଲା ।  ପୋଲିସ ସୂତ୍ରରୁ ମିଳିଥିବା ଖବର  ଏବଂ ଲିଖିତ ଅଭିଯୋଗ ଅନୁସାରେ  ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଶିବରାମ ଘରକୁ ଫେରିନଥିଲା । ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ  ଶିବରାମ ବିଷୟରେ କିଛି ସନ୍ଧାନ ମିଳିନଥିଲା । ଏବଂ ସକାଳେ ଖବର ପାଇ ମେଡିକାଲ ରେ ପହଞ୍ଚିବା ପରେ ପୁଅର ମୃତ୍ୟୁ ବିଷୟରେ ଜାଣିଥିଲେ । ମୃତ୍ୟୁ ର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ମୁହଁ , ଛାତି ଓ ହାତରେ ଘସିହୋଇଥିବା ଭଳି ଚିହ୍ନ ରହିବା ସହ ରକ୍ତାକ୍ତ ଅବସ୍ଥାରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ଏନେଇ ଭଂଜନଗର ଥାନା ରେ ୪/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବାସହ , ଘଟଣାର  ତଦନ୍ତ ଚାଲିଥିବା ନେଇ ଥାନାଧିକାରୀ ଧିରେଶ କୁମାର ଦାସ କହିଛନ୍ତି  । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୨/୨୦୨୨---୮,୧୫  Sakhigopal News,2/2/2022

Blog Archive

Popular Posts