Breaking News

ସ୍ମୁଟି ରେ ଗଞ୍ଜେଇ ଚାଲାଣ ବେଳେ ପୋଲିସ ହାତରେ ଧରାପଡିଲା , ୨ ଗିରଫ

 Police was caught hands on the smoops in the slippets, 2 arrested
ଭଞ୍ଜନଗର---କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଅଞ୍ଚଳରୁ ସ୍ମୁଟି ଯୋଗେ ଗଞ୍ଜେଇ ଚାଲାଣ ବେଳେ ଭଂଜନଗର ଥାନା ପୋଲିସ ହାତରେ ଧରାପଡିଛି । ବିଶେଷ ସୂତ୍ରରୁ ଖବର ପାଇ ,କଳିଙ୍ଗା ଘାଟି ନିକଟ ଦୁର୍ଗାପ୍ରସାଦ ଠାରେ ଚଢ଼ାଉ କରିଥିଲା ପୋଲିସ । ସ୍ମୁଟି ନଂ - ଓଡ଼ି-୦୨ବିଭି - ୫୧୨୮ କୁ ଯାଞ୍ଚ ବେଳେ , ଜରିଅଖା ରେ ଭର୍ତି ହୋଇଥିବା  ୨୫ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା ପୋଲିସ । ଏହାସହ ଚାଲାଣ କରୁଥିବା ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ର  ଲୁଧିଆ ଦିଗାଳ ଏବଂ ଗଂଜାମ ଆସିକା ଥାନା ନବରତ୍ନପୁର ଗାଁ ର ଗଣେଶ ବେହେରା ଙ୍କୁ ଗିରଫ କରିଥିଲା ପୋଲିସ । ଭଂଜନଗର ଥାନା ର ଏସ୍ ଆଇ - କେଶବ ଷଡ଼ଙ୍ଗୀ ଙ୍କ ଏତଲା କ୍ରମେ ତଦନ୍ତକାରୀ ଅଧିକାରୀ  ଏସ୍ ଆଇ -   ମୋହନ କହଁର ଙ୍କ ତଦନ୍ତ ପରେ ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏହି ଚଢାଉ ରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ବି. ମୁର୍ମୁ ଓ ପୋଲିସ କର୍ମଚାରୀମାନେ ସାମିଲ ଥବାନେଇ ଥାନାଧିକାରୀ ଧିରେଶ୍ କୁମାର ଦାସ ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୨/୨୦୨୨---୮,୫୦
  Sakhigopal News,2/2/2022

Blog Archive

Popular Posts