ମେଗା ସ୍ୱାସ୍ଥ୍ୟ ଶିବିର ର ପୂର୍ବ ପ୍ରସ୍ତୁତି ସମିକ୍ଷା କଲେ ମନ୍ତ୍ରୀ
The minister reviewed the preparations for the mega health camp
ଓଡ଼ଗାଁ:- ଆସନ୍ତାକାଲି ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ ହେବାକୁ ଥିବା ବିଶାଳ ମେଗା ସ୍ୱାସ୍ଥ୍ୟ ଶିବିର ର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ ସମିକ୍ଷା କରିଛନ୍ତି। ଆସନ୍ତାକାଲି କଲେଜ ପରିସରରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ। ଯେଉଁଠି କି ୨୦ ରୁ ଉର୍ଦ୍ଧ୍ବ ବରିଷ୍ଠ ଡାକ୍ତର ଯୋଗ ଦେଇ ରୋଗୀ ମାନଙ୍କ ର ସମସ୍ୟା ର ସମାଧାନ କରିବା ସହ ମାଗଣା ଔଷଧ ବିତରଣ କରିବାର ବ୍ୟବସ୍ଥା ହୋଇଛି।

ସମିକ୍ଷା ସମୟରେ କଲେଜ ଛାତ୍ରଛାତ୍ରୀ ମାନଙ୍କ ତରଫରୁ କଲେଜର କ୍ରିଡା ସାମଗ୍ରୀ ଉନ୍ନତ ସହ ପଡିଆ ର ସୌନ୍ଦର୍ଯୀକରଣ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ। କଲେଜ ର ଅଧ୍ଯକ୍ଷ ଙ୍କ ସହ ସମସ୍ତ ଅଧ୍ଯାପକ, ଅଧ୍ଯାପିକା ଓ ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତାକାଲି ହେବାକୁ ଥିବା ମେଗା ସ୍ୱାସ୍ଥ୍ୟ ଶିବିର ରେ ସହଯୋଗ କରିବା ସହ ଶାନ୍ତିଶୃଙ୍ଖଳା ସହ ନିଜନିଜ କାର୍ଯ୍ୟ ସମ୍ପାଦନ କରିବାକୁ ମନ୍ତ୍ରୀ କହିଥିଲେ । ଆସନ୍ତାକାଲି ମନ୍ତ୍ରୀ ନିଜେ ଉକ୍ତ କାର୍ଯ୍ୟକ୍ରମ ତଦାରଖ କରିବେ ବୋଲି କହିଥିଲେ।
ଆଜିର କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଅରୁଣ କୁମାର ସାହୁ ଙ୍କ ସହ କଲେଜ ଅଧ୍ଯକ୍ଷ ଓମର ମଲ୍ଲିକ ଏବଂ କଲେଜ ର ସମସ୍ତ ଅଧ୍ଯାପକ,ଅଧ୍ଯାପିକା ତତସହିତ ଓଡ଼ଗାଁ ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ, ଡାକ୍ତର ବଳରାମ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ଯ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ, ଜିଲ୍ଲା ମହିଳା ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ବ୍ଳକ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀ,ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
୧୧/୧୨/୨୧-----୯,୨୦ Sakhigopal News,11/12/2021