Breaking News

ଜଙ୍ଗଲ ମଧ୍ୟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର


ଓଡଗାଁ:- ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ କୁମ୍ଭିଆପଲ୍ଲୀ ଜଙ୍ଗଲ ମଧ୍ୟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଓଡଗାଁ ଆଦର୍ଶ ଥାନା ପୋଲିସ ଦ୍ୱାରା ଜବତ କରାଯାଇଛି। ମୃତ ଯୁବକ ଜଣଙ୍କ ଓଡଗାଁ ଦଲକ ସାହିର ବଳରାମ ନାୟକ(୫୫) ବୋଲି ଜଣା ପଡିଛି । ବଳରାମ ଗତକାଲି ରାତିରେ ଖାଇସାରିବା ପରେ କେଉଁଆଡେ ଚାଲିଯାଇଥିଲେ । ଘରକୁ ନ ଫେରିବା ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। କିନ୍ତୁ ଆଜି ଗାଁ ଲୋକଙ୍କ ଠାରୁ ଖବର ପାଇ କୁମ୍ଭୀଆପଲ୍ଲୀ ଜଙ୍ଗଲ ମଧ୍ଯରେ ଥିବା ଏକ ସଜନା ଗଛ ଡାଳରେ ବଳରାମଙ୍କ ଝୁଲନ୍ତା ମୃତ ଦେହ ଝୁଲୁଥିବା ର ଦେଖିବାକୁ ମିଳିଥିଲା । ଖବରପାଇ ଓଡଗାଁ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛନ୍ତି । ଏ ନେଇ ୨୦/୨୧ ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିବା ଓଡଗାଁ ଥାନା ଅଧିକାରୀ ସୂଚନା ଦେଇଛନ୍ତି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ ଓଡ଼ଗାଁ
:-୧୭/୧୦/୨୧--- ୯.୩୦  Sakhigopal News,17/10/2021

Blog Archive

Popular Posts