ବିଫଳ ହେଲା ଡକାୟତି ଯୋଜନା, ଜଣେ ଗିରଫ, ମାଷ୍ଟରମାଇଣ୍ଡ ଫେରାର
ଓଡ଼ଗାଁ:- ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବେଲପଡିଆ ଠାରେ ଡକାୟତ ଯୋଜନା କରୁଥିବା ବେଳେଏକ ଡକାୟତ ଗ୍ୟାଙ୍ଗ ଉପରେ ଓଡ଼ଗାଁ ଥାନା ପୋଲିସ ଅତର୍କିତ ଚଢଉ କରିଛି। ଚଢାଉ ସମୟରେ ଗ୍ୟାଙ୍ଗ ର ମାଷ୍ଟରମାଇଣ୍ଡ ଶଙ୍କର ସାହୁ ଖସି ଚାଲିଯାଇଥିବା ବେଳେ ଓଡ଼ଗାଁ ଏନଏସି ଅନ୍ତର୍ଗତ ଜାରିଙ୍ଗି ର ଭକ୍ତି ଡାକୁଆ(୨୪) ଙ୍କୁ ପୋଲିସ ଧରିବାରେ ସମର୍ଥ ହୋଇଛି।
ସେମାନଙ୍କ ଠାରୁ ଖଣ୍ଡା, କଟୁରୀ ଭଳି ମାରଣାସ୍ତ୍ର ଜବତ କରିବା ସହ ବାଇକ ନଂ OD 25 J 0877 ନମ୍ବର ବିଶିଷ୍ଟ ଏକ ୟାମହା ଏଫଜେଡ ବାଇକ ମଧ୍ଯ ଓଡଗାଁ ଆଦର୍ଶ ଥାନା ପୋଲିସ ଜବତ କରିଛି।
ଅନ୍ୟ ଅପରାଧୀ ମାନଙ୍କୁ ଧରିବାକୁ ପୋଲିସ ଚେଷ୍ଟା ଜାରି ରଖିଛି । ଶଙ୍କର ସାହୁ ଓ ଅନ୍ୟ ସହଯୋଗୀ ମାରଣାସ୍ତ୍ର ଓ ବାଇକ ଛାଡି ପଳାଇଥିଲେ। କିନ୍ତୁ ପୋଲିସ କବଜାରେ ପଡିଯାଇଛି ଡକାୟତ ଗ୍ୟାଙ୍ଗ ର ଜଣେ ସଦସ୍ଯ ଭକ୍ତି ଡାକୁଆ ଧରାପଡିଛି ।
ଏନେଇ ତଦନ୍ତ ଚାଲିଛି ଓ ଖୁବଶୀଘ୍ର ମାଷ୍ଟରମାଇଣ୍ଡ ଶଙ୍କର ସାହୁ ଓ ଅନ୍ୟ ସହଯୋଗୀ ମାନଙ୍କୁ ଗିରଫ କରାଯିବ ବୋଲି ଓଡଗାଁ ଆଦର୍ଶ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ରିପୋର୍ଟ:-- ଦିଲ୍ଲୀପ୍ କୁମାର ବିଶୋଇ, ଓଡଗାଁ
- ୧୭/୧୦/୨୧ ----୯,୪୦ Sakhigopal News,17/10/2021