ଜୁଆ ଆଡ୍ଡା ଉପରେ ଭଂଜନଗର ପୋଲିସର ଚଢ଼ାଉ , ୧୭ ଗିରଫ
ଭଞ୍ଜନଗର--- ପାର୍ବଣ ଓ କୁମାର ପୂର୍ଣ୍ଣିମା ଲୋକଙ୍କୁ ଯେତିକି ଉତ୍ସାହିତ କରୁଛି ଜୁଆଡି ମାନେ ସେତିକି ଆଡ୍ଡା ଜମାଉଛନ୍ତି । ଜୁଆ ଖେଳକୁ ରୋକିବା ପାଇଁ ପୋଲିସ ଯେତିକି କଠୋର ହେଉଛି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି , ଜୁଆଡି ମାନେ ସେତିକି ଜଙ୍ଗଲିଆ ସ୍ଥାନକୁ ବାଛି ନେଉଛନ୍ତି । ଏହିକ୍ରମରେ ଭଂଜନଗର ଥାନା ପୋଲିସ ବିଭିନ୍ନ ସମୟରେ ଜୁଆ ଖେଳକୁ ରୋକିବା ପାଇଁ ଚଢ଼ାଉ ଜାରି ରଖିଛି । ରବିବାର ଦିନ ଭଂଜନଗର ଥାନା ପୋଲିସ ନିକଟସ୍ଥ ଲାଲସିଙ୍ଗି ସାନକୋଦଣ୍ଡା ଓ ବାହାଡାପଦର ଗାଁ ନିକଟରେ ଚଢ଼ାଉ କରି ସମୁଦାୟ ୧୭ ଜଣ ଜୁଆଡି ଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ୯୧ ହଜାର ୬୦୦ ଟଙ୍କା ଜବତ କରିଥିବା ନେଇ ଥାନାଧିକାରୀ ସୁଦିପ୍ର କୁମାର ସାହୁ ଙ୍କ ଠାରୁ ସୂଚନା ମିଳିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୧୦/୨୦୨୧-----୯,୩୦ Sakhigopal News,17/10/2021