ଭଂଜନଗର ଠାରେ ବିଜୁ ଜନତା ଦଳ ପକ୍ଷରୁ " ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ଭଞ୍ଜନଗର-- ଗଂଜାମ ଜିଲ୍ଲା ଭଂଜନଗର ଠାରେ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସ୍ତରୀୟ " ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ " ଅନୁଷ୍ଠିତ ହୋଇଯାଇଛି । ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା । କାର୍ଯ୍ୟକାରିଣୀ ବୈଠକ ରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , ପ୍ରଫୁଲ୍ଲ ସାମଲ , କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ , ଆସିକା ସାଂସଦ ପ୍ରମିଳା ବିଷୋୟୀ , ବିଧାୟକ ବିକ୍ରମ ପଣ୍ଡା , ଶ୍ରୀକାନ୍ତ ସାହୁ , ପୂର୍ଣଚନ୍ଦ୍ର ସ୍ବାଇଁ , ମଞ୍ଜୁଳା ସ୍ବାଇଁ ଙ୍କ ସମେତ ଦଳୀୟ ବହୁ ବିଧାୟକ ଓ ଜିଲ୍ଲା ନେତୃବୃନ୍ଦ ପ୍ରମୁଖ ଯୋଗଦେଇଥିଲେ । ,୍ ଜିଲ୍ଲା ଓ ରାଜ୍ୟ ରେ , ସରକାର ଙ୍କ ସଫଳ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିଥିବା ନେଇ ମତ ରଖିଥିଲେ ।
ଏହାସହ , ଗଂଜାମ ରେ ଶିକ୍ଷା , ସ୍ବାସ୍ଥ୍ୟ ଓ କୋଭିଡ୍ ସମୟରେ ସଫଳତା ଏକ ମାଇଲଖୁଣ୍ଟ ହୋଇଛି ବୋଲି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ କହିଥିଲେ । ଗଂଜାମ ଜିଲ୍ଲା ହେଉଛି ବିଜୁ ଜନତା ଦଳ ର "ଗଡ଼" । ଏହିଗଡ କୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରୟାସ ଆରମ୍ଭ ହେଲା ବୋଲି ବରିଷ୍ଠ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିଜ ପ୍ରତିକ୍ରିୟାରେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଗଂଜାମ ଜିଲ୍ଲା ର ବହୁ ବରିଷ୍ଠ ନେତା ଓ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୯/୨୦୨୧---୭,୪୫ Sakhigopal News,15/9/2021