Breaking News

ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗି କଲ୍ୟାଣ ସମିତିର କାର୍ଯ୍ୟକାରିଣୀ ବୈଠକ



ଜଟଣୀ --ଆଜି ଜଟଣୀ ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ର ରୋଗି କଲ୍ୟାଣ ସମିତି ଆନୁକୁଲ୍ୟରେ ବାର୍ଷିକ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଜଟଣୀର  ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇଥିଲେ । ଡାକ୍ତର ଜିତେନ୍ଦ୍ର କୁମାର ପଣ୍ଡା ଙ୍କ ପୌରହିତରେ ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ରର ଉର୍ନତି କରିବା ସହିତ ଅଧିକ ଟୀକାଦାନ କେନ୍ଦ୍ର ଖୋଲିବା, ଏକ୍ସରେ ମେସିନର  ଆରମ୍ଭ, ବୃକ୍ଷ ରୋପଣ, ମାତୃତ୍ୱ ସୁରକ୍ଷା ଅଭିଯାନ,ସାନିଟାଇଜେର ମେସିନ ଲଗାଇବା, ଷ୍ଟାଫ କ୍ୱାଟର ନିର୍ମାଣ ଇତ୍ୟାଦି ପ୍ରମୁଖ ବିଷୟରେ ଆଲୋଚନା କରାଯାଇଥିଲା।  ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ, ବିଇଓ, ଏବିଇଓ, ଜେଇ ଆର ଡବ୍ଲୁ ଏସ, ବିଧାୟକ ଙ୍କ ରାଜନୈତିକ ସଚିବ କଳିଙ୍ଗ କୁମାର ସାହୁ, କମିଟି ର ସଭ୍ୟ ପୂର୍ବତନ ପୌରାଧ୍ୟଷ  ସଂଗ୍ରାମ କେଶରୀ ରାଉତରାୟ, ଅଞ୍ଜଳି ମହାନ୍ତି, ପୂର୍ବତନ କାଉନସିଲର ଆଲୋକ ମହାନ୍ତି ଯୋଗଦେଇଥିଲେ । ଆସନ୍ତା କାଲି ଠାରୁ ଜଟଣୀ ରାଜବଜାର ୟୁପି ସ୍କୁଲ ଓ ବାଛରା  ଠାରେ ଟୀକାଦାନ କେନ୍ଦ୍ର ଖୋଲାଯାଇ ଟୀକାକରଣ କରାଯିବାର ନିଷ୍ପତି ନିଆଯାଇଥିଲା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୯/୨୦୨୧---୭,୨୦ 
Sakhigopal News, 15/9/2021

Popular Posts