Breaking News

-କାନ୍ଥ ଭୁଶୁଡି ୩ ବର୍ଷର ନାବାଳିକା ମୃତ,୬ ଜଣ ଗୁରୁତର

 
ଧରାକୋଟ---- ରଖେ ହରି ମାରେ କିଏ ,ଏ କଥା ହୋଇଛି ସତ।କାହିଁକିନା କାନ୍ଥ ଭୁଶୁଡି ନଅ ମାସର ଶିଶୁ କୁ ବଡ ଭଉଣୀ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ବେଳେ କାନ୍ଥ ତଳେ ଚାପି ହୋଇ ୩ ବର୍ଷର ଭଉଣୀର ମୃତ୍ୟୁ ହୋଇଯାଇଛି । 
     ଗଞ୍ଜାମ ଜିଲ୍ଲା ବଡଗଡ ଥାନା ରୁଗୁମୁ ପଞ୍ଚାୟତ ରାଶିବାଡି ରାମଚନ୍ଦ୍ରପୁର ଗ୍ରାମରେ  ଅଘଟଣ ଘଟିଛି । ମାଟି କାନ୍ଥ ଭୂଷୁଡି ତିନି ବର୍ଷ ର ଝିଅ ମୃତ୍ଯ ହୋଇଥିବା ବେଳେ ୬ ଜଣ  ଶିଶୁ ଆହତ ହୋଇଥିବା ଜଣାପଡିଛି । ମୃତ ଶିଶୁ ହେଲେ ଗୀତା ନାୟକ ଙ୍କ ଝିଅ ଲିପି ନାୟକ । ସମସ୍ତେ ଏକାଠି ବସି ଖେଳୁଥିବା ସମୟରେ ଏହି ଦୁଃଖଦାୟକ ଘଟଣା ଘଟିଛି । ଦୁଇ ଦିନ ହେବ ଲାଗି ରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ରେ ମାଟି କାନ୍ଥଟି ଦ୍ରୁବଳ ହୋଇଯାଇଥିଲା । ଲିପି ଓ ତାର ସାଙ୍ଗ ମାନେ ମାଟି କାନ୍ଥ ନିକଟରେ ଖେଳୁଥିବା ସମୟରେ କାନ୍ଥଟି ଶିଶୁ ମାନଙ୍କ ଉପରେ ଓଜାଡି ଯାଇଥିଲା ।
ଗ୍ରାମବାସୀ  ଏବଂ ଧରାକୋଟ ଅଗ୍ନିଶମ ବିଭାଗ ପକ୍ଷରୁ ଶିଶୁ ମାନଙ୍କୁ ଉଦ୍ଧାର କାରି ଧରାକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ କରିଥିଲେ । ସେଠାରେ ଡାକ୍ତର ଲିପି ନାୟକ ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।  ଅନ୍ୟ ଶିଶୁ ଙ୍କ ଚିକିତ୍ସା ଜାରି ରହିଛି । ଗ୍ରାମବାସୀଙ୍କ ପକ୍ଷରୁ ତୁରନ୍ତ ପ୍ରଶାସନ ସହାୟତା ଦାବି କରାଯାଇଛି।
  -ଗଞ୍ଜାମ  ଧରାକୋଟରୁ ,କାଳୁ ଚରଣ ମହାପାତ୍ରଙ୍କ ରିପୋର୍ଟ,୧୬/୯/୨୦୨୧--- ୧୧,୩୦ Sakhigopal News, 16/9/3/2021

Blog Archive

Popular Posts