Breaking News

ବିଡିଓ ଙ୍କୁ ଫେରାଦ ହେଲେ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀ


ଓଡଗାଁ:---ଆବାସ ଯୋଜନାରୁ ବଞ୍ଚିତ ଥିବା ଅନେକ ଯୋଗ୍ୟ ହିତାଧିକାରୀ ଓଡଗାଁ ବିଡିଓ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରଭାବଶାଳୀ ଅଯୋଗ୍ୟ ବ୍ୟକ୍ତି ମାନେ ଚାପ ପକାଇ ବିଭିନ୍ନ ଉପାୟରେ ଆବାସ ଯୋଜନା ହାତଉଥିବା ବେଳେ ଏଥିରୁ ବଞ୍ଚିତ ହେଉଛନ୍ତି ଯୋଗ୍ୟ ହିତାଧିକାରୀ। ଚଳିତବର୍ଷ କାର୍ଯ୍ୟାଦେଶ ବଣ୍ଟନ ପୂର୍ବରୁ ବ୍ଳକ ପ୍ରଶାସନ ଏଥିପ୍ରତି ଧ୍ଯାନ ଦେବାକୁ ହିତାଧିକାରୀ ମାନେ ବିଡିଓ ଙ୍କୁ ନିବେଦନ କରିଛନ୍ତି। ତେବେ ଏ ବିଷୟରେ ଓଡଗାଁ ବିଡିଓ ଙ୍କ ସହ ଯୋଗାଯୋଗ କରିବାରେ ସରକାର ପୁଣି ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦେଲା ପରେ ଉକ୍ତ ସମସ୍ୟାର ସମାଧାନ ହେବ ବୋଲି ଓଡଗାଁ ବିଡିଓ ସ୍ୱାତିଲେଖା ଦାସ କହିଛନ୍ତି।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡଗାଁ
-୩/୯/୨୧ ----୭,୪୫   
Sakhigopal News,3/9/2021

Blog Archive

Popular Posts