Breaking News

ଚାଇଁପୁରର ବିଶିଷ୍ଟ ସମାଜସେବୀ ବିପିନ ବିହାରୀ ଙ୍କ ପରଲୋକ


 
ଡେଲାଙ୍ଗ---- ଚାଁଇପୁର ଗ୍ରାମ ପଞ୍ଚାୟତ ଏକ ମୁରବୀ ଙ୍କୁ  ହରାଇଛି ।  ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସଡାଙ୍ଗୋଇ ଗ୍ରାମ ର ବିପିନ ବିହାରୀ ପରିଡା ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି।ସେ ସଡାଙ୍ଗୋଇ ହାଇସ୍କୁଲ ର ପ୍ରତିଷ୍ଠାତା ସଂପାଦକ ଥିଲେ। ସଡାଙ୍ଗୋଇ ହାଇସ୍କୁଲ ପ୍ରତିଷ୍ଠା ପାଇଁ ସେ ନିଜର ପୈତୃକ ସମ୍ପତ୍ତି ରୁ ଦୁଇ ଏକର ଜମି ଦାନ କରିଥିବା ବେଳେ ସଡାଙ୍ଗୋଇ ମଧ୍ୟ ଇଂରାଜୀ  ସ୍କୁଲ ଓ  ଏ ଏନ୍ ଏମ୍ ସେଣ୍ଟର  ପାଇଁ ଜମି ଦାନ କରିଥିଲେ। ସେ ଓ ତାଙ୍କ ସାନ ଭାଇ ତିନୋଟି ଶିକ୍ଷକଙ୍କ ର ଦଶ ବର୍ଷ ପାଇଁ ସମସ୍ତ ଦାୟିତ୍ବ ନେଇଥିଲେ । ସଡାଙ୍ଗୋଇ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଓ ସହକର୍ମୀ ମାନେ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ଏହା ବ୍ଯତୀତ ଗ୍ରାମ ର ଦିଅଁ ଦେଉଳ ନିତିକାନ୍ତି, ଯାନିଯାତ୍ରା,ଷୋଳପୂଜା  ମାଲିକାନା ଇତ୍ଯାଦି ର ମୁରବୀ ଥିଲେ। ସେ ସ୍ବର୍ଗତ ଲୋକନାଥ ପରିଡା ଙ୍କ ର ପୁତ୍ର ଥିଲେ। ପ୍ରାଧ୍ୟାପକ ଲକ୍ଷ୍ମଣ ପରିଡା ତାଙ୍କର ଭାଇ ଥିବା ବେଳେ ତାଙ୍କର ସାନଭାଇଙ୍କ  ପୁଅ ଏବେ ଚାଁଇପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଅଛନ୍ତି ।ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ , ୩/୯/୨୦୨୧---- ୭,୧୦ 
Sakhigopal News,  3/9/2021

Blog Archive

Popular Posts