Breaking News

ବୁଦ୍ଧଙ୍ଗ କେନାଲରେ ସୃଷ୍ଟି ହୋଇଥିବା ଘାଇ ତୁରନ୍ତ ମରାମତି ହେଲା

 


 ସାକ୍ଷୀଗୋପାଳ----- ପଟ୍ଟନାୟିକିଆ ଠାରୁ ବାହାରିଥିବା ବୁଦ୍ଧଙ୍ଗ କେନାଲର  ବୀରରାମଚନ୍ଦ୍ରପୁର ଭୋଇ ସାହି ଠାରେ  ଏକ ଘାଇ ହୋଇଥିଲା ।  ଜଳ ସେଚନ ବିଭାଗର ଅଧୀକ୍ଷଣ  ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାଶଙ୍କ ନିର୍ଦ୍ଦେଶ କ୍ରମେ ନିବାହୀଯନ୍ତ୍ରୀ ନବ କିଶୋର ଦାଶ ଓ କନିଷ୍ଠଯନ୍ତ୍ରୀ  ଅଧିକାରୀ ମୃତ୍ୟୁଞ୍ଜୟ ଦାଶ  ସ୍ଥାନୀୟ ଲୋକ ମାନଙ୍କ ସହଯୋଗରେ ସୃଷ୍ଟି ହୋଇଥିବା ଘାଇକୁ ଯୁଦ୍ଧକାଳୀନ ମଧ୍ୟରେ ବାଲିବସ୍ତା ଓ କିଳା ମାଡ କରି ପାଣି ଅଟକାଇଥିଲେ ।  ଏହି କେନାଲଟି  ପଟ୍ଟନାୟକିଆ ଠାରୁ ବାହାରି ଯମୁନାକୁଦ ପର୍ଯ୍ୟନ୍ତ ପ୍ରାୟ ୧୧ କି,ମି  ରହିଛି । ଏ ବର୍ଷ କରୋନା ଯୋଗୁ କେନାଲ ସଫେଇ ଡେରି ହୋଇଛି ।  ନିବାହୀଯନ୍ତ୍ରୀଙ୍କ ତତ୍ୱବଧାନରେ କେନାଲ ସଫେଇ ଯୁଦ୍ଧକାଳୀନ ମଧ୍ୟରେ କରାଯାଇ ନରେନ୍ଦ୍ରପୁର, ଘାସିଭାବନିପୁର, ପହରାଟ ଚାରିଘାୟାପଡା ଆଦି ମାଇନର କେନାଲରେ ପାଣି ଯୋଗାଣ ସଠିକ ହୋଇ ପାରିଛି ବୋଲି ଚାଷୀ ଓ ପାଣି ପଞ୍ଚାୟତ ମାନେ କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୯/୨୦୨୧--=-୮,୦୦ 


  Sakhigopal News, 3/9/2021

Blog Archive

Popular Posts