Breaking News

ଖୋର୍ଦ୍ଧାରୋଡ଼ ଶ୍ରମିକ କଂଗ୍ରେସର ଦ୍ଵି ବାର୍ଷିକ ଅଧିବେଶନ, ନୂତନ କର୍ମକର୍ତ୍ତା ନିର୍ବାଚିତ

 
ଜଟଣୀ --- ପୂର୍ବତଟ ରେଳପଥ ଅଧୀନ ଖୋର୍ଦ୍ଧାରୋଡ଼ ମଣ୍ଡଳ ଶ୍ରମିକ କଂଗ୍ରେସ ଓପେନ ଲାଇନ ଶାଖା କାର୍ଯ୍ୟାଳୟ ଠାରେ ଦୁତିୟ ବାର୍ଷିକ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଯାଇଛି।
ଖବର ନେବାରେ ଜଣାପଡିଛି ଆଜି ଓପେନ ଲାଇନ ଶାଖାର   ଦୁତିୟ ବାର୍ଷିକ ଅଧିବେଶନ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ଶ୍ରୀ ଶରତ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅଥିତି ଭାବେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ , ମଣ୍ଡଳ ସଂଯୋଜକ ଶ୍ରୀ ପ୍ରମୋଦ କୁମାର ସାହାଣୀ, ସହ ସଂଯୋଜକ ଶ୍ରୀ ସୁନିଲ କୁମାର ଭଞ୍ଜ, ସହ ସାଧାରଣ ସମ୍ପାଦକ ଶ୍ରୀ ସୁବ୍ରତ ପଣ୍ଡା, ପ୍ରଭାକର ମହାନ୍ତି, ଆଶୁତୋଷ ମହାନ୍ତି ଏବଂ ଶାଖା ଅଧିକାରୀ ଓ ନିର୍ବାଚନ ଅଧିକାରୀ ଏମ୍ ଜି କେ ରାଓ ଅଥିତୀ ଭାବେ ଯୋଗ ଦେଇଥିଲେ। କୋଷାଧ୍ୟକ୍ଷ ଶ୍ରୀ ଭଗବାନ ମହାରଣା ଆୟ ବ୍ୟୟ ର ହିସାବ ଦେବା ପରେ ଶାଖା ସଂପାଦକ ଶ୍ରୀ ସତ୍ୟ ରଞ୍ଜନ ପଟ୍ଟନାୟକ ସଂପାଦକୀୟ ପାଠ କରିଥିଲେ , ବ୍ରାଞ୍ଚ ଦ୍ଵାରା ହୋଇଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏହାପରେ ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ ଓପେନ ଲାଇନ ଶାଖାକୁ ଭଙ୍ଗ ଘୋଷଣା କରିଥିଲେ ଏବଂ ନିର୍ବାଚନ ଦ୍ଵାରା ନୂତନ କର୍ମକର୍ତ୍ତା ନିର୍ବାଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ ଅଧିକାରୀ ଶ୍ରୀ ଏମ୍ ଜି କେ ରାଓ ନିର୍ବାଚନ ପ୍ରକ୍ରିୟା ଶେଷକରି ନୂତନ କର୍ମକର୍ତ୍ତା ମାନଙ୍କ ସୂଚୀ ଜାରି କରିଥିଲେ।
ସଭାପତି ଭାବେ ଶରତ କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ମହମ୍ମଦ ମୁସ୍ତାକ ଅଲ୍ଲୀ, ଉପ ସଭାପତି ସତ୍ୟରଞ୍ଜନ ପଟ୍ଟନାୟକ, ଅକ୍ଷୟ କୁମାର ପ୍ରଧାନ, ସଂପାଦକ ଭାବେ ପୁନଃ ଶ୍ରୀ ଏଲ ଡି ମହାନ୍ତି ନିର୍ବାଚିତ ହେବାସହ ସହ ସଂପାଦକ ରଜତ ମହାନ୍ତି, ପି ରାଜା ରାଓ, ତ୍ରିଲୋଚନ ବେହେରା, ରାକେଶ କୁମାର ଘଡେ଼ଇ, ସଂଗଠନ ସଂପାଦକ ସୁନିଲ କୁମାର ପରିଡ଼ା, କେ ଟି ରାଓ, କୋଷାଧ୍ୟକ୍ଷ ଭାବେ କୀର୍ତ୍ତି ପଟ୍ଟନାୟକ ନିର୍ବାଚିତ ହୋଇଥିଲେ। କ୍ୱାଟର କମିଟି ମେମ୍ବର ଭାବେ କମର୍ସିଆଲ ପାଇଁ ରସିଦ ବାଦସାହା, ଅପରେଟିଂ ପାଇଁ ଜି ରାମମୋହନ ରାଓ, ମେକାନିକାଲ ପାଇଁ ସୁବାସ ଦଳାଇ, ଇଲେକ୍ଟ୍ରିକାଲ ଓପି ପାଇଁ ଅକ୍ଷୟ ପ୍ରଧାନ, ଇଲେକ୍ଟ୍ରିକାଲ ଜି ପାଇଁ ଏସ କେ ପାଣିଗ୍ରାହୀ, ଇଲେକ୍ଟ୍ରିକାଲ ଟିଆରଡି ପାଇଁ ଟି ନରେଶ କୁମାର ଓ ସିଗ୍ନାଲ ଟେଲିକମ ପାଇଁ ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ମନୋନୀତ ହୋଇଥିଲେ। ଏହି କାର୍ଯ୍ୟକ୍ରମ କୁ ଉଲ୍ଲାସ ସାହୁ, ପି ଶିବ କୁମାର ରେଡ୍ଡୀ, ସନ୍ତୋଷ ଖଟେଇ, ପି ଶ୍ରୀନିବାସ ରାଓ, ପାପା ରାଓ, ଆୟୁଷ ହର୍ସ, କେ ଭି ଏସ ରାଓ, ତ୍ରିନାଥ ଶବର, କାର୍ତ୍ତିକ ସାହାଣୀ ଓ ଚନ୍ଦ୍ର ଶେଖର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୯/୨୦୨୧--- ୮,୧୫ 
Sakhigopal News,12/9/2021

Blog Archive

Popular Posts