ଗାଈ ମୃତ୍ୟୁ କୁ ନେଇ ରାସ୍ତାରୋକ ଘଟଣାରେ , ଗିରଫ ହେଇ ଜେଲ ଗଲେ ବାପା ପୁଅ
ଓଡଗାଁ :-- ଓଡଗାଁ ଏନ. ଏସି କଦଳିବନ୍ଧ ପେଟ୍ରୋଲ ପମ୍ପ ଠାରେ ଗାଈ ମୃତ୍ୟୁ ଘଟଣାକୁ ନେଇ ଗତକାଲି ହୋଇଥିବା ରାସ୍ତାରୋକ ଅଭିଯୋଗରେ ଓଡ଼ଗାଁ ପୋଲିସ କୁମର ସାହୁ(୫୨) ଓ ତାଙ୍କ ଦୁଇ ପୁଅ ଜଗନ୍ନାଥ ସାହୁ(୨୪) ଓ ବଳରାମ ସାହୁ(୨୨) ଙ୍କ ନାମରେ ୯୭/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସେଠାରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ବାପ ପୁଅ ୩ ଜଣଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି । ସେମାନଙ୍କ ଠାରୁ ଜବତ ବାଇକଟିର କାଗଜ ପତ୍ର ମିଳିନଥିବାରୁ ତାହା ଚୋରା ବାଇକ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରିଛି । ଓଡ଼ଗାଁ ମନ୍ଦିର ରୋଡ଼ କୁମର ସାହୁଙ୍କର ଗାଈ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ନକରି ଗାଈଟିକୁ ଫୋପାଡି ଦିଆଯାଇଥିଲା । ବିମା ନମିଳିବା ସନ୍ଦେହ କରି କୁମର ବ୍ୟସ୍ତ ହୋଇଥିବା ବେଳେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତାଙ୍କୁ ବୁଝାସୁଝା କରିଥିଲେ । ଏହାକୁ ବିଶ୍ୱାସ ନକରି ବାପା ଏବଂ ୨ ପୁଅ ଟାୟାର ଜାଳିବା ସହିତ ପଥର ପକାଇ ରାସ୍ତା ଅବରୋଧ କରିଥିଲେ । ପ୍ରାୟ ୪୫ ମିନିଟ ପରେ ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ ହଟାଇ ଗମନାଗମନ ସ୍ବାଭାବିକ କରିଥିଲେ ।
ରିପୋର୍ଟ : ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
: ୧୨/୯/୨୧ -- ୮,୨୦
Sakhigopal News,12/9/2021